‘ରାବଣ’ଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି; ପଢ଼ନ୍ତୁ କେଉଁଠି ଓ କାହିଁକି

ନୂଆଦିଲ୍ଲୀ: ରାବଣଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା। ପଢ଼ି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି? ତେବେ ଆପଣ ଯେଉଁ ରାବଣଙ୍କ କଥା ଭାବୁଛନ୍ତି ଇଏ ସେହି ରାବଣ ନୁହନ୍ତି। ଅର୍ଥାତ ରାମାୟଣର ରାବଣଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇନାହିଁ। ଏ ରାବଣ ହେଉଛନ୍ତି ଭୀମ ଆର୍ମିର ପ୍ରତିଷ୍ଠାତା ଚନ୍ଦ୍ରଶେଖର ଆଜାଦ ଓରଫ ରାବଣ। ଉତ୍ତର ପ୍ରଦେଶର ସହାରଣପୁର ଜାତିଆଣ ହିଂସା ପରେ ଲଗାତାର ଭାବେ ସେ ସୋସିଆଲ୍ ମିଡିଆରେ ନିଜର ଭିଡିଓ ବାର୍ତ୍ତା ପୋଷ୍ଟ୍ କରି ଲୋକଙ୍କୁ ଉସୁକାଉଥିବା ଅଭିଯୋଗ ହୋଇଛି। ସେଥିପାଇଁ କୋର୍ଟ ତାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ସହାରଣପୁରରେ ହୋଇଥିବା ହିଂସାରେ ଭୀମା ଆର୍ମିର ହାତ ଥିବା ସନ୍ଦେହ କରାଯାଉଛି।

ସହାରଣପୁର ଡିଆଇ ସୁନୀଲ ଇମେନୁଏଲଙ୍କ ନିର୍ଦ୍ଦେଶକ୍ରମେ ପୋଲିସ୍ ରାବଣ ଓ ତାଙ୍କର ତିନି ଜଣ ସାଥୀଙ୍କୁ ଧରାଇ ଦେଲେ ୧୨ ହଜାର ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି।

ସୌଜନ୍ୟ- ଆଜ୍‌ତକ୍‌