ପୁଣି ମାନହାନୀ ମକଦ୍ଦମାରେ ପଡ଼ିଲେ କେଜ୍ରି, ଏଥର ୧୦କୋଟି ଟଙ୍କା

ନୂଆଦିଲ୍ଲୀ: ପୁଣି ଏକ ବିବାଦରେ ଫଶିଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ତାଙ୍କ ନାଁରେ  ଆଉ ଏକ ମାନହାନୀ ମୋକଦ୍ଦମା କରାଯାଇଛି। କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ୧୦ କୋଟି ଟଙ୍କାର ମାନହାନୀ ମୋକଦ୍ଦମା କରିଛନ୍ତି।

ବରିଷ୍ଠ ଆଇନଜୀବୀ ରାମ୍ ଜେଠମାଲାନୀ ଜେଟଲୀଙ୍କୁ ଅପମାନିତ କରିବା ପରେ ଏନେଇ ମକଦ୍ଦମା ରୁଜୁ ହୋଇଛି। ଜେଠମାଲାନୀ କୋର୍ଟରେ ଜେଟଲୀଙ୍କୁ କୁଟିଳ କହିଥିଲେ।