ଆରୁଷି ମର୍ଡ଼ର:ଜେଲରୁ ମୁକୁଳିବେ ବାପା ମା’, ତଥାପି ପ୍ରତି ୧୫ ଦିନରେ ଜେଲକୁ ଆସିବେ, କାହିଁକି ଜାଣନ୍ତୁ ?   

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଆରୁଷି ହତ୍ୟା ମାମଲାରେ ଦୋଷ ମୁକ୍ତ ହୋଇଥିବା ଅଭିଯୁକ୍ତ ତଲୱାର ଦମ୍ପତି ଆସନ୍ତାକାଲି ଜେଲରୁ ମୁକୁଳି ପାରନ୍ତି।  କିନ୍ତୁ ଜେଲରୁ ମୁକୁଳିବା ପରେ ମଧ୍ୟ ସେ ପ୍ରତି ୧୫ଦିନରେ ଜେଲକୁ ଆସିବେ।  ପେଶାରେ ଦାନ୍ତ ଡାକ୍ତର ଥିବା ତଲୱାର ଦମ୍ପତି ଜେଲ ଅନ୍ତେବାସୀ ମାନଙ୍କ ଚିକିତ୍ସା ପାଇଁ ଆସିବେ ବୋଲି ଜେଲର ମୁଖ୍ୟ ଡାକ୍ତର କହିଛନ୍ତି ।  ଜେଲରେ ଥିବା ବେଳେ ତଲୱାର ଦମ୍ପତି ନିୟମିତ ଅନ୍ତେବାସୀ ମାନଙ୍କର ଚିକିତ୍ସା କରୁଥିଲେ।   କେବଳ ଅନ୍ତେବାସୀ ନୁହନ୍ତି ଜେଲ ଷ୍ଟାଫ୍ ଓ ପୋଲିସ ମାନଙ୍କର ମଧ୍ୟ ସେମାନେ ଚିକିତ୍ସା କରୁଥିଲେ।

ବେନିଫିଟ୍ ଅଫ୍ ଡାଉଟ୍ ଏବଂ ତଥ୍ୟ ଓ ପ୍ରମାଣ ଅଭାବରୁ ଆରୁଷି ହତ୍ୟା ମାମଲାରେ ଆହ୍ଲାବାଦ ହାଇକୋର୍ଟ ବାପା ରାଜେଶ ଓ ମା’ ନୁପୂର ତଲଓ୍ୱାରଙ୍କୁ ଗତ ଗୁରୁବାର ଦୋଷମୁକ୍ତ କରିଥିଲେ।   ଅଦାଲତଙ୍କ ନିକଟରେ ଯେଉଁ ପ୍ରମାଣ ଦାଖଲ କରାଯାଇଛି ତାକୁ ନେଇ ତଲଓ୍ୱାର ଦମ୍ପତିଙ୍କୁ କେବଳ ସନ୍ଦେହ ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ ଭାବେ କହିଥିଲେ।  ନୂପୁର ହତ୍ୟାକାଣ୍ଡର ଅଭିଯୁକ୍ତ ଭାବେ ତଲଓ୍ୱାର ଦମ୍ପତି ୨୦୧୩ ନଭେମ୍ବର ମାସରେ ଗାଜିଆବାଦର ଦାସ୍ନା ଜେଲରେ ଅଛନ୍ତି ।