ମୋଦିଙ୍କୁ ଓୱେସିଙ୍କ ଚ୍ୟାଲେଞ୍ଜ

ହାଇଦ୍ରାବାଦ: ‘ନିର୍ବାଚନ ଜିତିକି ଦେଖାଅ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅସଦୁଦିନ ଓୱେସି ଦେଇଛନ୍ତି ଏଭଳି ଚ୍ୟାଲେଞ୍ଜ। ହାଇଦ୍ରାବାଦ୍‌ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌ ଏ ଇତ୍ତେହାଦୁଲ୍‌ ମୁସଲମୀନ (ଏଆଇଏମଆଇଏମ)ର ନେତା ଅସଦୁଦିନ୍‌ ଓୱେସି ମୋଦି ଓ ଅମିତ ଶାହାଙ୍କୁ ଏହି ଚ୍ୟାଲେଞ୍ଜ ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ମୋଦି ଆସି ହାଇଦ୍ରାବାଦରୁ ନିର୍ବାଚନ ଲଢ଼ନ୍ତୁ। ନ ହେଲେ ଶାହାଙ୍କୁ ପଠାନ୍ତୁ। ସେମାନଙ୍କ ମଧ୍ୟରୁ କେହି ବି ଏଆଇଏମଆଇଏମ ଦଳକୁ ହରାଇ ପାରିବେ ନାହିଁ।

ଖାଲି ମୋଦିଙ୍କୁ ନୁହେଁ, କଂଗ୍ରେସକୁ ମଧ୍ୟ ଚ୍ୟାଲେଞ୍ଜ ଦେଇଛନ୍ତି ଓୱେସି। ଯଦି କଂଗ୍ରେସ ଓ ବିଜେପି ମିଶି ଏଠାରେ ନିର୍ବାଚନ ଲଢ଼ନ୍ତି ତେବେ ବି ଏଆଇଏମଆଇଏମକୁ ହରାଇବା ପାରିବେ ନାହିଁ। ସେମାନଙ୍କ ମୁକାବିଲା କରିବା ପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି ଓୱେସି କହିଛନ୍ତି।