ଆସାମରୁ ଏନଡିଏଫବିର ମହିଳା ଉଗ୍ରବାଦୀ ଗିରଫ

ଦିସପୁର: ଆସାମରେ ସେନା ମଙ୍ଗଳବାର ନିଷିଦ୍ଧ ଉଗ୍ରବାଦୀ ସଙ୍ଗଠନ ଏନଡିଏଫବିର କ୍ୟାଟର୍ ମହିଳା ଉଗ୍ରବାଦୀ ମିଜିଙ୍ଗ୍ ବସୁମତାରୀକୁ ଗିରଫ କରିଛି। ଭାରତ ଓ ଭୁଟାନ୍ ସୀମାବର୍ତ୍ତୀ ଅଞ୍ଚଳରୁ ମିର୍ଜଗକୁ ସେନା ଗିରଫ କରିଛି। ମୋଷ୍ଟ ୱାଣ୍ଟେଡ୍ ମହିଳା ଉଗ୍ରବାଦୀ ମିଜିଙ୍ଗ୍ ଭୁଟାନ୍ ସୀମାବର୍ତ୍ତୀ ଗାଁରେ ଲୁଚି ରହିଥିବା ରେଡହନ୍ ଡିଭିଜନ୍ ସପ୍ତମ ବାଟାଲିୟନ ସୂଚନା ପାଇଥିଲା। ଏହି ସୂଚନା ପାଇବା ପରେ ବାଟାଲିୟନ୍ ଶିଖ ରେଜିମୋଣ୍ଟ ଡାଇଗୁଣ୍ଡ ଗ୍ରାମୀଣ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା।
ମିଜିଙ୍ଗ୍ ଏନଡିଏଫବିର କୁଖ୍ୟାତ ଉଗ୍ରବାଦୀ ଜ୍ଲଲା ବସୁମତାରୀଙ୍କ ପତ୍ନୀ। ଗିରଫ ସମୟରେ ତା’ ପାଖରୁ ହ୍ୟାଣ୍ଡ୍ ଗ୍ରେନେଡ୍ ସହିତ କିଛି ଆପତ୍ତିଜନକ ଦସ୍ତାବିଜ୍ ଜବତ ହୋଇଛି। ସେନାର ସ୍ୱତନ୍ତ୍ର ଟିମ୍ ତାକୁ ପଚାରାଉଚରା କରୁଛି।