ଆସାମରେ ପୁଣି କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଗୋଗେଇ: ରାହୁଲ

ଗୌହାଟି: ଆସାମରେ ୨୦୧୬ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତରୁଣ ଗୋଗେଇ ପୁଣି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ରାହୁଲ ଗାନ୍ଧି କହିଛନ୍ତି। ଦୁଇଦିନିଆ ଆସାମ ଗସ୍ତରେ ଥିବା ରାହୁଲ ଶନିବାର ଗୌହାଟିରେ ଏହା କହିଛନ୍ତି।

ଶୁକ୍ରବାର ଆସାମରେ ପହଞ୍ଚିବା ପରେ ବ୍ରହ୍ମପୁତ୍ର ଗେଷ୍ଟ ହାଉସରେ ଦଳୀୟ ସମ୍ପାଦକମାନଙ୍କ ସହ ଆଲୋଚନା କରିଥିଲେ। ପରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ତାଙ୍କ ଦଳର ପ୍ରଦେଶ କମିଟି ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ପୂରା ଭରଷା ରହିଛି। ଏହା ସହ ନିର୍ବାଚନ ବେଳେ ଦଳ କାହାସହ ମେଣ୍ଟ କରିବ ତା’ର ନିଷ୍ପତ୍ତି କେବଳ ପ୍ରଦେଶ କମିଟି ସଦସ୍ୟ ଓ ମୁଖ୍ୟମନ୍ତ୍ରୀ ନେବେ।