ବଳାତ୍କାର ମାମଲାରେ ଆଶାରାମଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ପୁଣି ଲାଗିଛି ଝଟକା। ଦୁଇଟି ବଳାତ୍କାର ମାମଲାରେ ତାଙ୍କ ଜାମିନ୍‌ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି।

ପୂର୍ବରୁ ମଧ୍ୟ ଏହି ମାମଲାରେ ଆଶାରାମଙ୍କ ଜାମିନ ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରି ଦେଇଥିଲେ। ତେବେ ଉକ୍ତ ନିଷ୍ପତ୍ତିର ପୁନଃବିଚାର କରିବା ପାଇଁ ସେ ଆବେଦନ କରିଥିଲେ। ତେବେ ଆଜି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଗଦୀଶ ସିଂ ଖେହରଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ।

ସ୍ୱାସ୍ଥ୍ୟଗତ ସମସ୍ୟା ଅଧାରରେ ଆଶାରାମ ଏହି ଜାମିନ ଆବେଦନ କରିଥିଲେ।

ଯୋଧପୁର ପୋଲିସ୍‌ ଆଶାରାମଙ୍କୁ ୨୦୧୩ ଅଗଷ୍ଟ ୩ରେ ଗିରଫ କରିଥିଲା। ସେବେ ଠାରୁ ସେ ଜେଲରେ ଅଛନ୍ତି।