କାଲି ପ୍ରକାଶ ପାଇବ ଆଶାରାମଙ୍କ ବିରୋଧରେ ଆସିଥିବା ନାବାଳିକା ଦୁଷ୍କର୍ମ ମାମଲାର ରାୟ

ନୂଆଦିଲ୍ଲୀ: ଆଶାରାମ ବାପୁଙ୍କ ବିରୋଧରେ ଥିବା ନାବାଳିକା ଦୁଷ୍କର୍ମ ମାମଲାର ରାୟ ଆସନ୍ତାକାଲି ବୁଧବାର ପ୍ରକାଶ ପାଇବ। ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଦିଲ୍ଲୀରୁ ଯୋଧପୁର ଯାଏଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଶାରାମ ଦୋଷୀ ସାବ୍ୟସ୍ତ ହେଲେ ସମର୍ଥକ ଅଘଟଣ ଘଟାଇ ପାରନ୍ତି ବୋଲି ପୋଲିସ୍ ଅନୁମାନ କରୁଛି। ତେଣୁ ସୁରକ୍ଷା ପାଇଁ ଯୋଧପୁରରେ ୧୪୪ ଧାରା ଲାଗୁ କରାଯାଇଛି।

ଯୋଧପୁର ସେଣ୍ଟ୍ରାଲ୍‌ ଜେଲ୍‌ ପରିସରରେ ରାୟ ଶୁଣାଇବା ପାଇଁ ରାଜସ୍ଥାନ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାୟ ଶୁଣାଣି ପରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିବା ପରଠାରୁ ଆଶାରାମ ବାପୁ ଗିରଫ ହୋଇ ଯୋଧପୁର ସେଣ୍ଟ୍ରାଲ ଜେଲ୍‌ରେ ଅଛନ୍ତି।