ଶ୍ରଦ୍ଧାଳୁ ଆଣୁଥିବା ଫଳମୂଳ ପ୍ରସାଦ ଏଣିକି ପାଇବେନି ବଳାତ୍କାରୀ ବାବା

ନୂଆଦିଲ୍ଲୀ: ବଳାତ୍କାର ଅଭିଯୋରେ ଦୋଷୀ ସାବ୍ୟସ୍ତ ସ୍ୱଘୋଷିତ ଧର୍ମଗୁରୁ ଆଶାରାମ ବାପୁ ଏଣିକି ସାରା ଜୀବନ କାଟିବେ ଜେଲରେ। ସାଧାରଣ କଏଦୀଙ୍କ ଭଳି କାମ କରିବେ, ଖାଇବେ ଆଉ ରହିବେ। ଏଥର ବାବାଙ୍କ ଭେକ ବଦଳିଯିବ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିଚାରାଧୀନ କଏଦୀ ଭାବେ ଜେଲରେ ରହୁଥିବା ବାବାଙ୍କ କାର୍ଯ୍ୟଧାରାରେ ସେଭଳି କିଛି ପରିବର୍ତ୍ତନ ହୋଇ ନ ଥିଲା। ଏପରିକି ସେ ଏଠାରେ ତାଙ୍କ  ହାତଛୁଆଁ ଫଳମୂଳ ପ୍ରସାଦ ଭାବେ ଅନ୍ୟ କଏଦୀ ଭକ୍ତଙ୍କୁ ପ୍ରଦାନ କରୁଥିଲେ। ଭକ୍ତମାନେ ତାଙ୍କ ପାଇଁ ଆଣୁଥିବା ଫଳମୂଳ ମଧ୍ୟ ସେ ନିଜେ ସେବନ କରୁଥିଲେ। ହେଲେ ଏଣିକି ଆଉ ଫଳ ମିଳିବନି। ସାଧାରଣ କଏଦୀଙ୍କୁ ମିଳୁଥିବା ରୁଟି ଓ ତରକାରୀ ତାଙ୍କୁ ଖାଇବାକୁ ପଡ଼ିବ।