ଏଥର ଏସିୟ ଦେଶଙ୍କ ଜାତୀୟ ପତାକା ସହ ବାହାରିବ ପରେଡ

ନୂଆଦିଲ୍ଲୀ: ଆଜିର ଗଣତନ୍ତ୍ର ଦିବସ ପରେଡରେ ଏସିଆର ୧୦ଟି ଦେଶର ମୁଖ୍ୟ ସମ୍ମାନିତ ଭାବେ ଯୋଗ ଦେଉଛନ୍ତି। ଏଥିପାଇଁ ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। କୌଣସି ପ୍ରକାର ଆତଙ୍କବାଦ ଆକ୍ରମଣକୁ ପ୍ରତିହିତ କରିବାକୁ ହଜାର ହଜାର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ରାଜପଥରୁ ଲାଲକିଲା ପର୍ଯ୍ୟନ୍ତ ୮ କିମି ଉପରେ ତୀକ୍ଷ୍ନ ନଜର ରଖାଯାଇଛି। ଉଚ୍ଚା ବିଲ୍ଡିଂରେ ସାର୍ପସୁଟରଙ୍କୁ ମୁତୟନ କରାଯାଇଛି। ଚଳିତବର୍ଷ ପରେଡର ମୁଖ୍ୟ ଆକର୍ଷଣ ରହିବ ଏସିୟ ରାଷ୍ଟ୍ରଙ୍କ ଜାତୀୟ ପତାକା। ପ୍ରଥମ ଥର ପାଇଁ ଗଣତନ୍ତ୍ର ଦିବସ ପରେଡ ୧୦ଟି ଏସିୟ ରାଷ୍ଟ୍ରଙ୍କ ଜାତୀୟ ପତାକା ସହ ବାହାରିବ। ଆଜିର ଏହି ଉତ୍ସବକୁ ନେଇ ବିଶେଷ ରିପୋର୍ଟ।

୧. ଏସିଆନ ଦେଶ ମଧ୍ୟରେ ଥାଇଲ୍ୟାଣ୍ଡ, ଭିଏତନାମ, ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ, ସିଙ୍ଗାପୁର, ମିଆଁମାର, କମ୍ବୋଡିଆ, ଲାଓସ ଓ ବ୍ରୁନେଇର ରାଷ୍ଟ୍ରମୁଖ୍ୟମାନେ ଅତିଥି ଭାବେ ଯୋଗ ଦେଇଉଛନ୍ତି।

୨. ସବୁ ଅତିଥି ପ୍ରଥମେ ରାଷ୍ଟ୍ରପତି ଭବନକୁ ଯିବେ। ସେଠାରୁ ୯.୩୦ରେ ସମସ୍ତେ ଅଲଗା ଅଲଗା ସମାରୋଡ ସ୍ଥଳକୁ ଆସିବେ। ପ୍ରୋଟକଲ ଅନୁସାରେ ବ୍ରୁନେଇ ପ୍ରଧାନମନ୍ତ୍ରୀ ପ୍ରଥମେ ଆସିବେ। ଏହାପରେ ଥାଇଲ୍ୟାଣ୍ଡ ରାଜା ପହଞ୍ଚିବେ।

୩. ପରେଡ ଇଣ୍ଡିଆ ଗେଟ ସ୍ଥିତ ଅମର ଜ୍ୟୋତିରୁ ଆରମ୍ଭ ହେବ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜିଳି ଦେବେ।

୪. ପ୍ରଥମ ଥର ପାଇଁ ପରେଡରେ ବିଏସ୍‌ଏଫ୍‌ର ମହିଳା ଯବାନ ବାଇକ୍‌ରେ ଆସି କଳାକୌଶଳ ପଦର୍ଶନ କରିବେ।

୫. ସେନାର ଯବାନଙ୍କ ହାତରେ ୧୦ଟି ଏସିୟ ରାଷ୍ଟ୍ରର ଜାତୀୟ ପତାକା ରହିବ ବାୟୁସେନାର ବିମାନ ସହ ଏମ୍‌ଆଇ-୧୭, ରୁଦ୍ର ଓ ହେଲିକପ୍ଟର କଳାକୌଶଳ ପ୍ରଦର୍ଶନ କରିବେ।

୬. ସେନାର ଟି-୯୦ ଟ୍ୟାଙ୍କ, ବ୍ରହ୍ମୋସ୍‌ ମିସାଇଲ, ଆକାଶ ମିସାଇଲ ସିଷ୍ଟମ ମଧ୍ୟ ପରେଡରେ ସାମିଲ ହେବ।

୭. ପ୍ରଥମଥର ପାଇଁ ପରେଡରେ ଆକାଶବାଣୀର ପ୍ରଜ୍ଞାପନ ମେଢ଼ ସାମିଲ ହେବ। ଯାହା ୨୩ଟି ମେଢ଼ର ଏକ ବିଶାଳ ଶୋଭାଯାତ୍ରା ଦେଖାଇବ। ଏଥିରେ ମୋଦିଙ୍କ ‘ମନ୍‌ କି ବାତ୍‌’ର ମେଢ଼ ମଧ୍ୟ ରହିବ।

୮. ଦେଶର ବିଭିନ୍ନ ପ୍ରାନ୍ତରୁ ୬୧ ଜଣ ଆଦିବାସୀ ଅତିଥିଙ୍କୁ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଛି।

୯. ସୁରକ୍ଷା ପାଇଁ ୬୦,୦୦୦ ଯବାନ ମୁତୟନ ହୋଇଛନ୍ତି।