ଅସହିଷ୍ଣୁତା ନେଇ ମୁହଁ ଖୋଲିରେ ରାଷ୍ଟ୍ରପତି: ଖରାପ ଚିନ୍ତାଧାରାକୁ ହଟାଇବାକୁ ହେବ

ଅହମ୍ମଦାବାଦ: ଦେଶରେ ଅସହିଷ୍ଣୁତାକୁ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି। ଅହମ୍ମଦାବାଦ ସ୍ଥିତ ମହାତ୍ମା ଗାନ୍ଧିଙ୍କ ଶାବରମତି ଆଶ୍ରମରେ ଆୟୋଜିତ କାର୍ଯ୍ୟକ୍ରମର ‘କ୍ଲିନିଂ ଇଣ୍ଡିଆ ଅଫ୍ ଡିଭିସିଭ୍ ଥଟ୍’ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ କହିଛନ୍ତି। ଆମ ମୁଣ୍ଡରେ ଥିବା ଖରାପ ଚିନ୍ତାଧାରାକୁ ହଟାଇବାକୁ ହେବ। ଏହି ଖରାପ ଚିନ୍ତାଧାରା ହିଁ ଆମକୁ କଳୁଷିତ କରୁଛି। ଏହା କୌଣସି ରାଜରାସ୍ତାରେ ନୁହେଁ ବଂର ଆମ ମୁଣ୍ଡରେ ବସା ବାନ୍ଧିଛି। ଅବିଶ୍ୱାସନିୟତା ଆମ ଭିତରେ ବିଦ୍ୱେଶ ସୃଷ୍ଟି କରୁଛି। ଏହାକୁ ଆମ ମନ ଭିତରୁ ବାହାର କରିବାକୁ ପଡିବ।

ଏହି ଅବସରରେ ରାଷ୍ଟ୍ରପତି ଶ୍ରୀ ମୁଖାର୍ଜି ପ୍ରଧାନମନ୍ତ୍ରୀଙ୍କ ‘ସ୍ୱଚ୍ଛ ଭାରତ ମିଶନ’କୁ ପ୍ରସଂଶା କରିଥିଲେ। ଭାରତ ସ୍ୱଚ୍ଛତା ଅଭିଯାନକୁ ନାଗରିକମାନେ ମନରେ ରଖି କାର୍ଯ୍ୟ କରିବା ଦରକାର। ଗାନ୍ଧିଙ୍କ ଦୃଷ୍ଟିରେ ସବୁ ଭାରତୀୟ ସମାନ। ସେମାନଙ୍କ ମଧ୍ୟରେ ଉଚ୍ଚନୀଚ, ଜାତି, ଧର୍ମ, ବର୍ଣ୍ଣ ଆଦି ନେଇ ବିଭେଦ ରହିବା ଉଚିତ ନୁହେଁ।