ଗୁଳି ମାରି କ୍ୟାସିନୋରେ ଲଗାଇ ଦେଲେ ନିଆଁ, ୩୪ ମୃତ

ମନୀଲା: ଫିଲିପାଇନ୍ସର ରାଜଧାନୀ ମନୀଲାରେ ଗତକାଲି ବିଳମ୍ବିତ ରାତିରେ ଏକ କ୍ୟାସିନୋ (ଜୁଆ ଖେଳିବା ପାଇଁ ଉଦ୍ଦିଷ୍ଟ)ରେ ଜଣେ ଦୁର୍ବୃତ୍ତ ଗୁଳି ଚଳାଇବା ସହିତ ନିଆଁ ଲଗାଇ ଦେବାରୁ ୩୪ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଗୁଳି ବାଜି କାହାରି ମୃତ୍ୟୁ ହୋଇନି ବୋଲି କୁହାଯାଇଛି। ନିଆଁଲାଗି ଯିବା ପରେ ଅଣନିଶ୍ୱାସୀ ହୋଇ ସମସ୍ତଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି।

ଆକ୍ରମଣକାରୀକୁ ପୋଲିସ୍ ଗୁଳି କରି ମାରି ଦେଇଛି। ତା’ ନିକଟରୁ ଏକ ମେସିନ୍ ଗନ୍ ଓ ବନ୍ଧୁକ ଜବତ କରାଯାଇଛି। ଏହା ଆତଙ୍କବାଦୀ ହମ୍‌ଲା ଥିଲା ବୋଲି ମାନିବାକୁ ପୋଲିସ୍‌ ନାରାଜ। ଅନ୍ୟପକ୍ଷରେ  ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।

ସୌଜନ୍ୟ- ଆଜ୍‌ତକ୍‌