ଭୂମଧ୍ୟ ସାଗରରେ ବୁଡିଗଲା ଜାହାଜ, ୪୦ ଶରଣାର୍ଥୀ ମୃତ

ରୋମ: ଲିବ୍ୟାର ଉପକୂଳରୁ ମାତ୍ର ୨୧ ମାଇଲ ଦୂରରେ ଭୂମଧ୍ୟ ସାଗର ଦେଇ ଇଟାଲୀକୁ ଯାଉଥିବା ଏକ ଜାହାଜ ବୁଡିଯିବାରୁ ୪୦ ଜଣ ଶରଣାର୍ଥୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଜାହାଜରେ ୪୦୦ରୁ ଅଧିକ ଶରଣାର୍ଥୀ ଇଟାଲୀକୁ ଯାଉଥିଲେ। ଭୂମଧ୍ୟ ସାଗରରେ ଜାହାଜଟି ବୁଡି ଯାଉଥିବା ଖବର ମିଳିବା ପରେ ୩୦୦ଜଣ ଶରଣାର୍ଥୀଙ୍କୁ ଇଟାଲୀର ନୌସେନା ଉଦ୍ଧାର କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ଏବେବି ବହୁ ଶରଣାର୍ଥୀଙ୍କ ପତ୍ତା ମିଳିନାହିଁ। ଇଟାଲୀର ନୌସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।