ଆତଙ୍କୀ ଆକ୍ରମଣ ଭୟ: ବ୍ରସେଲ୍ସରେ ପାଳନ ହେବ ନାହିଁ ନୂଆବର୍ଷ

ବ୍ରସେଲ୍ସ: ବେଲଜିୟମ୍ ରାଜଧାନୀ ବ୍ରସେଲ୍ସରେ ଏଥର ନୂଆବର୍ଷ ପାଳନ କରାଯିବ ନାହିଁ। ସହରରେ ଆତଙ୍କୀ ଆକ୍ରମଣର ସୂଚନା ମିଳିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ଫଳରେ ରାଜଧାନୀରେ ଆତବାଜି ଓ ଉତ୍ସବ ପାଳନ କରିବାକୁ ବାରଣ କରାଯାଇଛି।

ବେଲଜିୟମ୍ ପ୍ରଧାନମନ୍ତ୍ରୀ ଚାଲର୍ସ ମାଇକେଲ କହିଛନ୍ତି, ଆତଙ୍କୀବାଦୀ ଆକ୍ରମଣ କରିବାର ସୂଚନା ପାଇବା ପରେ ନୂଆବର୍ଷ ଉତ୍ସବ ପାଳନ କରିବାକୁ ଜନସାଧାରଣଙ୍କୁ ମନା କରାଯାଇଛି। ଚଳିତ ସପ୍ତାହ ଆରମ୍ଭରୁ ପୋଲିସ୍ ୨ଜଣ ସନ୍ଦିଗ୍ଧ ଆତଙ୍କୀକୁ ଗିରଫ କରିଥିଲା। ପ୍ୟାରିସରେ ୧୩ ନଭେମ୍ୱର ହୋଇଥିବା ଆତଙ୍କୀ ଆକ୍ରମଣ ପରେ ବେଲଜିୟମରେ ହାଇଆଲର୍ଟ ଜାରି କରାଯାଇଛି। କେତେକ ଆତଙ୍କୀ ବେଲଜିୟମରେ ଲୁଚି ରହିଥିବା କୁହାଯାଉଛି।