ଆତଙ୍କୀଙ୍କୁ ପାଲଟା ଜବାବ୍ ଦେଲା ପ୍ୟାରିସ୍ ପୋଲିସ : ୩  ନିହତ, ୭ ଗିରଫ

ପ୍ୟାରିସ: ଆତଙ୍କବାଦୀଙ୍କ ବିରୋଧରେ ପ୍ୟାରିସ ପୋଲିସ ଜବରଦସ୍ତ ଅଭିଯାନ ଆରମ୍ଭ କରିଛି। ଗତ ଶୁକ୍ରବାର ଆକ୍ରମଣରେ ସାମିଲ ଆତଙ୍କବାଦୀଙ୍କୁ ଧରିବା ଲାଗି ପ୍ୟାରିସର ଉତ୍ତରାଞ୍ଚଳରେ ଥିବା ସେଣ୍ଟ ଡେନିସର ଏକ ଆପାର୍ଟମେଣ୍ଟ ଉପରେ ବୁଧବାର ପୋଲିସ ଅତର୍କିତ ରେଡ୍ କରିଥିଲା। ଟାର୍ଗେଟରେ ଥିଲେ ଶୁକ୍ରବାର ଆକ୍ରମଣର ସନ୍ଦିଗ୍ଧ ମାଷ୍ଟରମାଇଣ୍ଡ ‘ଆବଦେଲ ହମିଦ ଆବାଉଦ’ ସମେତ ଅନ୍ୟ ଆତଙ୍କବାଦୀ। ଚଢାଉ ସମୟରେ ଉଭୟ ପଟୁ ଗୁଳିବର୍ଷଣ ହୋଇଥିଲା। ଏଥିରେ ୩ ଆତଙ୍କୀ ନିହତ ହୋଇଛନ୍ତି। ଜଣେ ମହିଳା ଆତଙ୍କବାଦୀ ନିଜକୁ ବିସ୍ଫୋରଣରେ ଉଡାଇ ଦେଇଥିବା ପ୍ୟାରିସ ପୋଲିସ କହିଛି। ଦୀର୍ଘ ୮ ଘଣ୍ଟାର ଚଢାଉ ପରେ ପୋଲିସ ୭ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି।

ଏମାନେ ଆଉ ଏକ ଆକ୍ରମଣ ଲାଗି ଯୋଜନା କରୁଥିବା ପୋଲିସ ସୂଚନା ଦେଇଛି। ଗୁଳିବିନିମୟରେ ୩ ଜଣ ପୋଲିସ ମଧ୍ୟ ଆହତ ହୋଇଛନ୍ତି। ତେବେ ପ୍ୟାରିସ ଆକ୍ରମଣର ମାଷ୍ଟରମାଇଣ୍ଡ ‘ଆବଦେଲ ହମିଦ’ ନିହତ ହୋଇଛି ନା ନାହିଁ ତାହା ସ୍ପଷ୍ଟ କରାଯାଇନାହିଁ।