ଚୀନ୍ ପାଇଁ କାଳ ହେବ ଏଟିଜିଏମ୍ ମିସାଇଲ୍‌: ଇସ୍ରାଏଲ ସହଯୋଗରେ ଭାରତ ଆରମ୍ଭ କଲା କାମ

ନୂଆଦିଲ୍ଲୀ: ଭାରତ ସହ ଯୁଦ୍ଧ କରିବା ଏବେ ମହଙ୍ଗା ପଡିବ। କାରଣ ଖୁବଶୀଘ୍ର ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି ଘାତକ ମିସାଇଲ। ଯାହା ଏକା ଥରକେ ଉଡାଇ ଦେବ ଶତୃପକ୍ଷର ଟ୍ୟାଙ୍କ୍। ଏଥିପାଇଁ ଭାରତ ଇସ୍ରାଏଲ ସହଯୋଗରେ ଭୟଙ୍କର ଏଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲ୍‌ (ଏଟିଜିଏମ୍) ତିଆରି କରିବାକୁ ଯାଉଛି। ଦେଶର କଲ୍ୟାଣି ଷ୍ଟେଟେଜିକ ସିଷ୍ଟମ ଲିମିଟେଡ ଓ ଇସ୍ରାଏଲର ରାଫେଲ ଆଡଭାନ୍ସ ଡିଫେନସ୍ ସିଷ୍ଟମ୍ ଏହି ଦୁଇ କମ୍ପାନୀ ମିଶି ଏକ ପ୍ଲାଣ୍ଟ ନିର୍ମାଣ କରିବାକୁ ଯାଉଛନ୍ତି। ଦୁଇ କମ୍ପାନୀର ନାମ ଅନୁସାରେ ଏହାର ନାମ କଲ୍ୟାଣି ରାଫେଲ ଆଡଭାନ୍ସ ସିଷ୍ଟମ (କେ.ଆର ଏସ୍.ଏସ୍) ରଖାଯାଇଛି।

ଏଥିରେ ଆକାଶ ମାର୍ଗରୁ ତଳକୁ ଟାର୍ଗେଟ କରିପାରୁଥିବା ଖତରନାକ୍ ମିସାଇଲ ନିର୍ମାଣ କରାଯିବ। ଖାଲି ସେତିକି ନୁହଁ  ଆବଶ୍ୟକ ପଡିଲେ ପ୍ଲାଣ୍ଟରୁ ସେନାକୁ ଆଇରନ ଡୋମ୍ ଓ ଡେଭିଡ ସ୍ଲିଂଗ୍ ଭଳି ହାଇଟେକ ଏୟାର ଡିଫେଲନ୍ସ ସିଷ୍ଟମ ଯୋଗାଇ ଦେବ ବୋଲି କମ୍ପାନୀ କହିଛି। ଏଥିପାଇଁ ୨୦୧୫ ମସିହାରେ  ଇସ୍ରାଏଲ ଓ ଭାରତ ମଧ୍ୟରେ ଚୁକ୍ତି ହୋଇଥିଲା। କିନ୍ତୁ ଏବେ ସୀମାରେ ଚୀନର ଉତ୍ପାତ ଯୋଗୁଁ ପ୍ଲାଣ୍ଟ କାମ ଶୀଘ୍ର ଆରମ୍ଭ ହୋଇଛି। ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲ ଗସ୍ତ କରିଥିବାରୁ ଏହା ସମ୍ଭବ ହୋଇଛି ବୋଲି ଇସ୍ରାଏଲ ରାଜଦୂତ ଡାନିଏଲ କାରମୋଲ କହିଛନ୍ତି।