ଆତ୍ମସମର୍ପଣ କରିନାହିଁ, ଭାରତକୁ ଫେରିବାକୁ ଚାହୁଁଛି: ଛୋଟା ରାଜନ୍

ବାଲି: ମୁଁ ଆତ୍ମସମର୍ପଣ କରିନାହିଁ ବୋଲି କହିଛି ଇଣ୍ଡୋନେସିଆର ବାଲିରୁ ଗିରଫ ହୋଇଥିବା ଅଣ୍ଡର ୱାର୍ଲ୍ଡ ଡନ୍ ଛୋଟା ରାଜନ୍। ମୁଁ ଜିମ୍ୱାୱେ ଯିବାକୁ ଚାହୁଁ ନାହିଁ, ମୋତେ ଭାରତ ନିଆଯାଉ ବୋଲି ସେ କହିଛନ୍ତି।
ଇଣ୍ଡୋନେସିଆ ପୋଲିସ ଗତ ରବିବାର ଛୋଟା ରାଜନଙ୍କୁ ଗିରଫ କରିଥିଲା। ଛୋଟା ରାଜନକୁ ଗିରଫ କରିବା ପାଇଁ ୩ ମାସ ପୂର୍ବରୁ ଅପରେସନ୍ ଆରମ୍ଭ ହୋଇଥିଲା। ତେବେ ସେ ଦାଉଦକୁ ଡରି ଆତ୍ମସମର୍ପଣ କରିଥିବା ଅଭିଯୋଗକୁ ଖଣ୍ଡନ କରିଛି। ମୁଁ କାହାରିକୁ ଡରେ ନାହିଁ ବୋଲି ସେ କହିଛି।