ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ପଞ୍ଜାବରେ ହାଇଆଲର୍ଟ ଜାରି

ଅମୃତସର: ପଞ୍ଜାବ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ହାଇଆଲର୍ଟ ଜାରି କରାଯାଇଛି। ହୁସେନବାଲା ଓ ହରୀକେ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ସୀମା ନିକଟରେ ରହୁଥିବା ଲୋକଙ୍କୁ ସତର୍କ ରଖିବାକୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସୂଚନା ଦିଆଯାଉଛି। ରାଜ୍ୟ ସରକାର ସପିଂ ମଲ୍, ବଜାର ଓ ଧାର୍ମିକ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛନ୍ତି। ଅଧିକ ବିଏସଏଫ୍ ଯବାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଜଣାଇଛନ୍ତି। ଉପ ମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲ କହିଛନ୍ତି, ଗୁରୁଦାସପୁର ଦେଇ ଆତଙ୍କୀ ପଞ୍ଜାବ ଆସିବା ପାଇଁ ଚେଷ୍ଟା କରି ପାରନ୍ତି।

ଅନ୍ତରାଷ୍ଟ୍ରୀୟ ସୀମାରେ ଲକ୍ସର-ଇ-ତୋଏବା ଆକ୍ରମଣ କରିବା ନେଇ ଗୁଇନ୍ଦା ବିଭାଗ ଆଲର୍ଟ କରିଛି।