ଲଣ୍ଡନରେ ଆତଙ୍କବାଦୀ ଆକ୍ରମଣ: ୬ ମୃତ, ୨୦ରୁ ଅଧିକ ଆହତ

ଲଣ୍ଡନ: ପୁଣି ଥରେ ଆତଙ୍କବାଦୀ ଆକ୍ରମଣରେ ଥରି ଉଠିଛି ଲଣ୍ଡନ ସହର। ଗତକାଲି ରାତିରେ ଲଣ୍ଡନର ପ୍ରସଦ୍ଧ ପର୍ଯ୍ୟଟନ ସ୍ଥଳୀ ଲଣ୍ଡନ ବ୍ରିଜ୍‌ରେ ଏକ ଭ୍ୟାନ୍‌  ଦ୍ରୁତଗତିରେ ଆସି ଚାଲି ଚାଲି ଯାଉଥିବା ଲୋକଙ୍କ ଉପରକୁ ଚଢ଼ି ଯାଇଥିଲା। ଏହି ଘଟଣାରେ ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି।

ଏହି ଘଟଣା ପରେ ଲଣ୍ଡନ ବ୍ରିଜ୍‌କୁ ବନ୍ଦ କରି ଦିଆଯାଇଛି। ଏହା ଆତଙ୍କବାଦୀ ଆକ୍ରମଣ ହୋଇଥାଏ ପାରେ ବୋଲି ଲଣ୍ଡନ ପୋଲିସ୍ କହିଛି। ପୋଲିସ୍ ତିନି ଆକ୍ରମଣକାରୀଙ୍କୁ ଗୁଳି କରି ମାରି ଦେଇଛି।

ଏକ ଗଣମାଧ୍ୟମର ଖବର ଅନୁସାରେ, ଲଣ୍ଡନ ବ୍ରିଜ୍‌ ଉପରେ ଏକ ଭ୍ୟାନ୍ ଚାଲି ଚାଲି ଯାଉଥିବା ଲୋକଙ୍କୁ ଧକ୍କା ଦେବା ପରେ ନିକଟସ୍ଥ ବାଁରୋ ମାର୍କେଟରେ ୩ ଜଣ ବ୍ୟକ୍ତି ୧୨ ଇଞ୍ଚର ଛୁରୀ ଧରି ଗାଡିରୁ ବାହାରି ଥିଲେ ଓ ଆକ୍ରମଣ କରିଥିଲେ। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଏହି ଦୁର୍ବୃତ୍ତମାନେ ଗୁଳି ମଧ୍ୟ ଚଳାଇଥିଲେ।