ମନୋଜ ତିୱାରୀଙ୍କ ଘରେ ଆକ୍ରମଣ; ଇଏ କାହାର ରାଗ?

ନୂଆଦିଲ୍ଲୀ: ଭୋଜପୁରୀ ଅଭିନେତା ତଥା ସାଂସଦ ଓ ଦିଲ୍ଲୀର ବିଜେପି ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀଙ୍କ ଘର ଉପରେ ଗତକାଲି ବିଳମ୍ୱିତ ରାତିରେ ଆକ୍ରମଣ ହୋଇଛି। ୮ରୁ ୧୨ ଜଣ ଅଜଣା ଲୋକ ଘର ଉପରେ ଆକ୍ରମଣ କରିବା ସହ ତାଙ୍କ ସହାୟକ ଅଭିନବ ମିଶ୍ରା ଓ ରୋଷେୟାଙ୍କୁ ମାରପିଟ୍‌ କରିଛନ୍ତି।

ଆକ୍ରମଣ ସମୟରେ ମନୋଜ ତାଙ୍କ ଘରେ ଉପସ୍ଥିତ ନ ଥିଲେ। ସହାୟକଙ୍କ ଠାରୁ ସୂଚନା ପାଇବା ପରେ ସେ ଘରକୁ ଆସିଥିଲେ।

ତାଙ୍କୁ ମାରିବା ପାଇଁ ଏହି ଆକ୍ରମଣ ହୋଇଥିବା ମନୋଜ କହିଛନ୍ତି। ସେ କହିଛନ୍ତି,“ଏ ନେଇ ମୁଁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଓ ଦିଲ୍ଲୀ ପୋଲିସ୍‌ କମିଶନରଙ୍କ ନିକଟରେ ଅଭିଯୋଗ କରିବି। ମୋର କାହା ସହିତ ମୋର ଶତ୍ରୁତା ନାହିଁ। ଆଗକୁ ଯେମିତି ଏମିତି ଘଟଣା ନ ଘଟେ ତେଣୁ ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରିବାକୁ ପଡ଼ିବ।”

ଏହି ଘଟଣାରେ ପୋଲିସ୍‌ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡ଼ିଛି।