ୟେମେନରେ ଭୟଙ୍କର ଆକ୍ରମଣ: ୪୦ ମୃତ

କାଏରୋ: ୟେମେନରେ ଭୟଙ୍କର ଆକ୍ରମଣ। ସାଉଦି ଆରବ ନେତୃତ୍ୱରେ ଆଜି ୟେମେନର ରାଜଧାନୀ ସାନା ନିକଟରେ ଥିବା ଏକ ହୋଟେଲ ଉପରେ ଜବରଦସ୍ତ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ପ୍ରାୟ ୪୧ ଜଣଙ୍କ ମୃତ୍ୟୁ ଘଟିଛି। ସାଉଦି ଆରବ ପକ୍ଷରୁ ଏକାଧିକ ବାୟୁସେନା ଆକ୍ରମଣ କରାଯାଇଛି। ସାନାଠାରୁ ୩୫ କିମି ଦୂର ଆରହବ ସହରରେ ଏହି ଆକ୍ରମଣ ଘଟିଛି। ଏଥିରେ ଗୋଟିଏ ହୋଟେଲ ନଷ୍ଠ ହୋଥିବା ବେଳେ ମୃତ୍ୟୁ ସଂଖ୍ୟ ବଢିବା ନେଇ ଆଶଙ୍କା କରାଯାଉଛି।