୭୨ ଘଣ୍ଟାରେ ପୁଅର ହତ୍ୟାକାରୀଙ୍କୁ ଖୋଜି ବାହାର ନକଲେ ନିଜେ ନେବି ପ୍ରତିଶୋଧ

ଶ୍ରୀନଗର: ୭୨ ଘଣ୍ଟା ମଧ୍ୟରେ ମୋ ପୁଅର ହତ୍ୟାକାରୀଙ୍କୁ ଖୋଜି ବାହାର କରି ଓ କଠୋର ଦଣ୍ଡ ଦିଅ। ତା ନହେଲେ ମୁଁ ନିଜେ ମୋ ପୁଅ ହତ୍ୟାର ପ୍ରତିଶୋଧ ନେବି।  ଏ ହେଉଛି ସହିଦ ଯବାନ ଔରଙ୍ଗଜେବଙ୍କ ବାପାଙ୍କ ଚେତାବନୀ।

କେନ୍ଦ୍ର ସରକାରଙ୍କୁ ୭୨ ଘଣ୍ଟାର ଡେଡ୍ ଲାଇନ ଦେଇଛନ୍ତି ସହିଦ ଯବାନ ଔରଙ୍ଗଜେବଙ୍କ ବାପା। ଏହି ୭୨ ଘଣ୍ଟା ଭିତରେ ପୁଅର ହତ୍ୟାକାରୀକୁ ଧରି କଠୋର ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି। ଅତି କ୍ଷୋଭର ସହିତ ସେ ଏହା କହିଛନ୍ତି, “ସରକାର ଯଦି ଏହା ନ କରି ପାରିବେ, ତେବେ ମୁଁ ନିଜେ ପୁଅ ହତ୍ୟାର ପ୍ରତିଶୋଧ ନେବେ।”

ଔରଙ୍ଗଜେବଙ୍କ ବାପା ମଧ୍ୟ ଆଗରୁ ସେନାରେ ଥିଲେ। ତାଙ୍କର ଆଉ ଜଣେ ଭାଇ ମଧ୍ୟ ସେନାରେ କାର୍ଯ୍ୟ କରୁଛନ୍ତି। ଦୁଇ ଭାଇ ଇଦ୍ ପାଇଁ ଘରକୁ ଛୁଟିରେ ଆସୁଥିବା ବେଳେ ଔରଙ୍ଗଜେବଙ୍କୁ ଅଧା ବାଟରୁ ଅପହରଣ କରି ଆତଙ୍କବାଦୀମାନେ ହତ୍ୟା କରିଥିଲେ।

ପୁଅର ହତ୍ୟାକୁ ନେଇ ରାଜନୀତି ହେଉଥିବାରୁ ଏହାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ସେ।

ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ ଔରଙ୍ଗଜେବଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଛି। କିଛିଦିନ ତଳେ ହୋଇଥିବା ଏନ୍‌କାଉଣ୍ଟରର ସ୍ପେସାଲ ଆର୍ମି ଟିମ୍‌ରେ ସାମିଲ ଥିଲେ ଔରଙ୍ଗଜେବ। ଏହି ଅପରେସନରେ ହିଜବୁଲ କମାଣ୍ଡର ସମୀର ଭଟ୍ଟ ନିହତ ହୋଇଥିଲା। ତେଣୁ ଆତଙ୍କବାଦୀମାନେ ଔରଙ୍ଗଜେବଙ୍କୁ ଟାର୍ଗେଟ କରିଥିବା ସନ୍ଦେହ କରାଯାଉଛି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More