ସାଂସଦ କରାଇଲେ ସ୍ତନ୍ୟପାନ: ମାତୃତ୍ୱର ପ୍ରେମ ଦେଖି ମୁଣ୍ଡ ନଇଁଗଲା ସଂସଦର

ଅଷ୍ଟ୍ରେଲିଆ: ମା କ୍ଷୀର ପାଇଁ ଆଉ ବିକଳ ହେବନି ଛୁଆ।  ଅପେକ୍ଷା ମଧ୍ୟ କରିବନି ମା’ର ଫେରିବା ବାଟକୁ। ମା’ର ମମତା, ପ୍ରେମ ଆଗରେ ମୁଣ୍ଡ ନୁଆଁଇଛି ସଂସଦର ନିୟମ। ନୂଆ ନିୟମ ପାଇଁ ବେଶ୍‌ କିଛି ଦିନର ସଙ୍ଘର୍ଷ ଆଉ ଶେଷରେ ସଂସଦ ପରିସରରେ ନିଜ ଛୁଆକୁ ସ୍ତନ୍ୟପାନ କରାଇବାର ଏକ ସୁନ୍ଦର ଅନୁଭୂତିକୁ ସୋସିଆଲ ମିଡିଆରେ ଲୋକଙ୍କ ସହ ବାଣ୍ଟିଛନ୍ତି ସାଂସଦ ଲାରିସା ୱାଟର। ଏମିତି ଏକ ଘଟଣା ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚିତ ହୋଇଛି।

ଅଷ୍ଟ୍ରେଲିଆର କ୍ୱିନସଲ୍ୟାଣ୍ଡର ସାଂସଦ ଲାରିସା ୱାଟର୍‌। ନିଜ ୨ ମାସର ଝିଅ ଆଲିଆକୁ ସଂସଦ ପରିସରରେ ସ୍ତନ୍ୟପାନ କରାଇ ଅଷ୍ଟ୍ରେଲିଆ ରାଜନୀତିର ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ଆଲିଆ ସଂସଦ ପରିସରରେ କ୍ଷୀର ପିଇଥିବା ପ୍ରଥମ ଶିଶୁ ଭାବେ ଇତିହାସ ରଚିଛି। ଏହି ସୁନ୍ଦର ଅନୁଭୂତିକୁ ଲାରିସା ନିଜ ଟ୍ୱିଟର ପେଜରେ ସେୟାର କରି ନିଜ ଖୁସି ଜାହିର କରିଛନ୍ତି।

larisha 3ଅଷ୍ଟ୍ରେଲିଆ ସଂସଦ ନିୟମ ଅନୁଯାୟୀ କୌଣସି ଶିଶୁଙ୍କୁ ସଂସଦ ପରିସର ଭିତରକୁ ଯିବାକୁ ଅନୁମତି ଦିଆ ଯାଇ ନଥାଏ। ଏପରିକି ୨୦୦୩ରେ ସାଂସଦ କ୍ରିଷ୍ଟି ମାର୍ଶଲ ନିଜ ୧୧ ଦିନର ଛୋଟ ଛୁଆକୁ ସଂସଦ ଭିତରେ ସ୍ତନ୍ୟପାନ କରାଇଥିବାରୁ ତାଙ୍କୁ ସଂସଦ ମଧ୍ୟରୁ ବାହାର କରି ଦିଆ ଯାଇଥିଲା। ତେବେ ସଂସଦର ଏହି ନିୟମ ପରିବର୍ତ୍ତନ କରିବାକୁ ଲାରିସାଙ୍କୁ ବେଶ୍ ପରିଶ୍ରମ କରିବାକୁ ପଡିଥିଲା। ଶେଷରେ ମା’ର ଛୁଆ ପ୍ରତି ଥିବା ଭଲପାଇବା ଆଗରେ ହାର୍‌ ମାନିଥିଲା ସମ୍ବିଧାନ। ନିୟମ ପରିବର୍ତ୍ତନ ସହ ସଂସଦ ପରିସରରେ ଛୁଆଙ୍କ ରକ୍ଷାଣେବେକ୍ଷଣର ଅନୁମତି ଦେଇଥିଲା ଅଷ୍ଟ୍ରେଲିଆ ସଂସଦ। ଲାରିସା ସେୟାର କରିଥିବା ପୋଷ୍ଟକୁ ଲୋକ ମଧ୍ୟ ବେଶ୍ ପସନ୍ଦ କରିଥିଲେ।

courtesy: Aaj tak