ଏହି କାରଣରୁ ପାଇଲଟ୍ ହେବାକୁ ଚାହିଁଥିଲେ, ଭାରତର ପ୍ରଥମ ଫାଇଟର୍‌ ପ୍ଲେନ୍‌ ଚାଳିକା

ଫ୍ଳାଇଂ ଅଫିସର ଅବନୀ ଚତୁର୍ବେଦୀ। ମିଗ୍-୨୧ ଫାଇଟର ଜେଟ୍‌ ଉଡାଇ ଦେଶର ପ୍ରଥମ ମହିଳା ଫାଇଟର ପାଇଲଟ ଭାବେ ରେକର୍ଡ କରିଛନ୍ତି। ଏଥିପାଇଁ ସେ ଛୋଟବେଳୁ ସ୍ୱପ୍ନ ଦେଖିଥିଲେ। ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି “ଯେତେବେଳେ ମୁଁ ଛୋଟ ଥିଲି, କଳ୍ପନା ଚାୱଲାଙ୍କର ମହାକାଶ ଯାନ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ସେ ଖବର ଟିଭିରେ ପ୍ରସାରଣ ହେଲା ପରେ ମୋ ମାଆ ଅସ୍ଥିର ହୋଇପଡିଥିଲେ ଓ ଖୁବ୍ କାନ୍ଦିଥିଲେ। ସେସବୁ ଦେଖି ମୁଁ ସହିପାରିଲି ନାହିଁ। ମାଆଙ୍କୁ ସେଠି ସେହି ମୁହୂର୍ତ୍ତରେ କଥା ଦେଲି ଦିନେନା ଦିନେ ମୁଁ କଳ୍ପନା ଚାୱଲା ହୋଇ ଦେଖାଇବି। ବାସ୍ ସେହି ଦିନଠୁ ମୁଁ ସଂକଳ୍ପ କଲି ଯେ ମୁଁ କଳ୍ପନା ଚାୱଲା ହେବି।”

abni 1ବାୟୁସେନା ଅଧିକାରୀଙ୍କ କହିବା ଅନୁଯାୟୀ, ସୋମବାର ଦିନ ଜାମନଗର ବାୟୁସେନା ଷ୍ଟେସନରୁ ଅବନୀ ବିମାନ ଉଡାଇବା ଆରମ୍ଭ କରିଛନ୍ତି। ଏହି ବିମାନ ଉଡାଇବା ପାଇଁ ଅବନୀଙ୍କ ସହ ଆଉ ଦୁଇଜଣ ମହିଳା ଭାବନା କାନ୍ତ ଏବଂ ମୋହନା ସିଂଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।

ଭାରତ ପାଇଁ ଏହା ଏକ ବଡ ଉପଲବ୍‌ଧି। ପୂରା ବିଶ୍ୱରେ କେବଳ ବ୍ରିଟେନ୍‌, ଆମେରିକା, ଇସ୍ରାଏଲ୍‌ ଏବଂ ପାକିସ୍ତାନରେ ମହିଳାମାନେ ଫାଇଟର ପାଇଲଟ ଥିଲେ।

abni 2ଭାରତ ସରକାର ମହିଳାମାନଙ୍କୁ ୨୦୧୫ରେ ଫାଇଟର ପାଇଲଟ ହେବା ପାଇଁ ଅନୁମତି ଦେଇଥିଲେ। ଦେଶରେ ୧୯୯୧ରୁ ମହିଳା ମାନେ ହେଲିକପ୍ଟର ଏବଂ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ  ଉଡାଉଛନ୍ତି। ଫାଇଟର ପ୍ଳେନ୍‌ରୁ ତାଙ୍କୁ ଦୂରେଇ ରଖା ଯାଉଥିଲା। ଏବେ ଅବନୀ ଭାରତର ପ୍ରଥମ ମହିଳା ଫାଇଟର ପାଇଲଟ ହୋଇ ଭାରତକୁ ଗର୍ବିତ କରିଛନ୍ତି।