ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାକୁ ସରକାର ସଙ୍କଳ୍ପବଦ୍ଧ: ମହେଶ ଶର୍ମା

ବୁଲେନ୍ଦଶାର: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାକୁ ସରକାର ସଙ୍କଳ୍ପବଦ୍ଧ। କେବଳ ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା କରାଯାଇଛି। ସର୍ବୋଚ୍ଚ କୋର୍ଟଙ୍କ ରାୟ ପରେ ମନ୍ଦିର ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ହେବ। ବୁଧବାର ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା। ଏକ ଉତ୍ସବରେ ଯୋଗଦେଇ ସେ ଆହୁରି କହିଛନ୍ତି, ଲୋକଙ୍କ ସ୍ୱପ୍ନ ଶୀଘ୍ର ପୂରଣ ହେବ। ଆମ ଦଳ ଓ ସରକାର ମନ୍ଦିର ନିର୍ମାଣକୁ ଗୁରୁତ୍ୱ ଦେଉଛନ୍ତି। ମନ୍ଦିର ନିର୍ମାଣ ନେଇ ସର୍ବୋଚ୍ଚ କୋର୍ଟରେ ମାମଲା ବିଚାରାଧିନ ଥିବାରୁ ବିଳମ୍ବ ହେ‍ଉଛି। ଏହାର ସମାଧାନ ହୋଇଗଲେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

ତେବେ ଏହି ମନ୍ତବ୍ୟ ପରେ ସେ ଅଡୁଆରେ ଛନ୍ଦି ହୋଇପଡିଛନ୍ତି। ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଏବେ କୋର୍ଟରେ ଥିବାରୁ ଏହା ଉପରେ ମନ୍ତବ୍ୟ ଦେବା ଠିକ ନୁହେଁ ବୋଲି ଦଳର ଅନ୍ୟମାନେ ମତ ପ୍ରକାଶ କରିଛନ୍ତି।