ବାବା ରାମଦେବଙ୍କ ପ୍ରଡକ୍ଟ ବ୍ୟବହାର କଲେ ଲାଲୁ

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ଆଜି ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ୟାଦବଙ୍କୁ ତାଙ୍କ  ଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଛନ୍ତି। ବାବା ରାମଦେବ ଲାଲୁଙ୍କୁ ଯୋଗ ଶିଖାଇବାକୁ ଆସିଥିବା ଜଣାପଡ଼ିଛି। ବାବା ଲାଲୁଙ୍କୁ କିଛି ପତଞ୍ଜଳି ପ୍ରଡକ୍ଟ ମଧ୍ୟ ଦେଖାଇଛନ୍ତି। ଏହା ସହ କିଛି ଜଡିବୁଟି ଖାଇବାକୁ ଦେଇଛନ୍ତି। ତାଙ୍କ ଶରୀରରେ ଗୋଲ୍ଡ କ୍ରିମ ଲଗାଇବାକୁ ପରାମର୍ଶ ଦେଇଛନ୍ତି।

ବାବା ରାମଦେବ କହିଛନ୍ତି, “ଏହି ଗୋଲ୍ଡ କ୍ରିମ୍ ଜଡିବୁଟିରୁ ତିଆରି ହୋଇଛି।  ଆରଜେଡି ପ୍ରମୁଖ ଲାଲୁ ୟାଦବ ଯୋଗର ବ୍ରାଣ୍ଡ ଆମ୍ବାସେଡର।”

ଲାଲୁ କହିଛନ୍ତି, “ମୋର ଯୋଗଗୁରୁ ରାମଦେବ ବାବାଙ୍କ ସହ କୌଣସି ମନାନ୍ତର ହୋଇନାହିଁ। ମୁଁ ବାବାଙ୍କ ପ୍ରଡକ୍ଟ ବ୍ୟବହାର କରିବି । ମୁଁ ରାମଦେବ ବାବାଙ୍କ  ପରମାନେଣ୍ଟ୍‌ ବ୍ରାଣ୍ଡ ଆମ୍ବାସେଡର ଅଟେ।”