ବାବ୍ରି ମସଜିଦ୍‌ ଭଙ୍ଗା ମାମଲା: ବିଜେପିର ତ୍ରିମୂର୍ତ୍ତିଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ: ବାବ୍ରି ମସଜିଦ୍‌ ଭଙ୍ଗା ମାମଲାରେ ଅଭିଯୁକ୍ତ ବିଜେପି ନେତାଙ୍କୁ ମିଳିଛି ଆଶ୍ୱସ୍ତି। ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଯୋଶୀ ଓ ଉମା ଭାରତୀଙ୍କୁ ଆଜି ଜାମିନ ଦେଇଛନ୍ତି ଲକ୍ଷ୍ମୌର ସ୍ୱତନ୍ତ୍ର ସିବିଆଇ କୋର୍ଟ। ଏମାନଙ୍କ ସହ ମାମାଲାରେ ଅଭିଯୁକ୍ତ ଥିବା ଅନ୍ୟ ୯ ଜଣଙ୍କୁ ମଧ୍ୟ କୋର୍ଟ ଜାମିନ ଦେଇଛନ୍ତି।

ପ୍ରତ୍ୟେକଙ୍କୁ ୨୦ ହଜାର ଟଙ୍କାର ମୁଚାଲିକାରେ ଜାମିନରେ ଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୁକ୍ତଙ୍କ ପକ୍ଷରୁ ଏହାକୁ ଚାର୍ଜଫେମ୍‌କୁ ବିରୋଧ କରାଯାଇ ପିଟିସନ ଦାଏର ହୋଇଛି। ୧୯୯୨ ବାବ୍ରି ମସଜିଦ୍ ଭଙ୍ଗା ମାମଲାରେ ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଡଭାନୀଙ୍କ ସମେତ ସମସ୍ତ ୧୨ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ କରିବାର ଥିଲା।

ଏହା ପୂର୍ବରୁ ଗତ ୨୫ ତାରିଖରେ ହୋଇଥିବା ପୂର୍ବ ଶୁଣାଣିରେ ଏହି ସମସ୍ତ ୧୨ ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା।  ଆଜି ମାମଲାର ଶୁଣାଣି ପୂର୍ବରୁ ଆଡଭାନୀ, ଉମା ଓ ଯୋଶୀଙ୍କ ସମେତ ସମସ୍ତ ଅଭିଯୁକ୍ତ ହାଜର ହୋଇଥିଲେ।