ଭାବବିହ୍ୱଳ କରିଥିଲା ଶ୍ରୀଦେବୀଙ୍କ ଏହି ସବୁ ଧାର୍ମିକ ଚରିତ୍ର, କେତେବେଳେ ‘କୃଷ୍ଣ’ ତ କେତେବେଳେ ‘ମୁରୁଗନ୍‌’

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବଲିଉଡ୍‌ ଚଳଚ୍ଚିତ୍ରର କିମ୍ବଦନ୍ତୀ ନାୟିକା ଶ୍ରୀଦେବୀଙ୍କ ପରଲୋକରେ ସ୍ତବ୍ଧ ହୋଇଯାଇଛି ସାରା ଦେଶ। ନିଜ ନିଖୁଣ ଅଭିନୟର ଯାଦୁରେ ଦର୍ଶକଙ୍କୁ ମତୁଆଲା କରିଥିବା ଶ୍ରୀଦେବୀଙ୍କୁ ଝୁରୁଛି ସାରା ଦେଶ। ହୱା ହୱାଇ, ନାଗିନ୍‌, ଚାନ୍ଦିନୀ ଭଳି ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ଥିଲା ବେସ୍‌ ପ୍ରଶଂସନୀୟ। ହେଲେ ଆପଣ ହୁଏତ ଜାଣି ନ ଥିବେ ସାମଜିକ ଚଳଚ୍ଚିତ୍ର ଅପେକ୍ଷା ଏହି ଅଭିନେତ୍ରୀ ଜଣକ ଅନେକ ଧାର୍ମିକ ଚରିତ୍ରରେ ନଜର ଆସିଛନ୍ତି। ବାଳ କଳାକାର ଭାବେ ‘ତୁନାଇଭନ’ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ପରଦାକୁ ଆସିଥିଲେ ଏହି ଅଭିନେତ୍ରୀ । ୧୯୬୯ରେ ଏହି ତାମିଲ ଚଳଚ୍ଚିତ୍ରରେ ଭଗବାନ ମୁରୁଗନ୍‌ ବା କାର୍ତ୍ତିକେୟଙ୍କ ଭୂମିକାରେ ଅଭିନୟ କରି ଅନେକଙ୍କୁ ଭାବ ବିଭୋର କରିଥିଲେ।

ଏହାପରେ ପରେ ଆସିଥିଲା ତାଙ୍କର ତେଲଗୁ ଚଳଚ୍ଚିତ୍ର ‘‘ୟଶୋଧା କ୍ରିଷ୍ଣ”। ଏଥରେ ବାଳୁତ କୃଷ୍ଣଙ୍କ ଭୁମିକା ଥିଲା ଅବର୍ଣ୍ଣଆନୀୟ । ତାଙ୍କ ଆବର୍ତ୍ତମାନରେ ଆସନ୍ତୁ ଦେଖିବା ଏହି ସବୁ ଚଳଚ୍ଚିତ୍ରରେ କେମିତି ଥିଲେ ଶ୍ରୀଦେବୀ।

https://youtu.be/Vkss5QIiVyw