ବଦଳିବାରେ ଲାଗିଛି ରାହୁଲଙ୍କ ନିର୍ବାଚନୀ ଭାଷଣ

ନୂଆଦିଲ୍ଲୀ: ୨୦୦୭ ଏବଂ ୨୦୦୧୪ ବିଧାନସଭା ନିର୍ବାଚନରେ ବହୁ ଚେଷ୍ଟା ସତ୍ତ୍ୱେ ୟୁପି ହାତେଇ ପାରି ନ ଥିବା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ୨୦୧୭ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। କିନ୍ତୁ ସବୁଥର ଅପେକ୍ଷା ଏଥର ରାହୁଲ ଟିକେ ଅଲଗା ଢଙ୍ଗରେ ନିର୍ବାଚନୀ ମୈଦାନକୁ ଓହ୍ଲାଇ ଛନ୍ତି। ପୂର୍ବରୁ ମଞ୍ଚରେ ଭାଷଣ ଦେଇ ଚାଲି ଯାଉଥିବା ରାହୁଲ ଏବେ ଜନତାଙ୍କ ସହ ପ୍ରଶ୍ନ ଉତ୍ତର କରୁଥିବା ଦେଖିବାକୁ ମିଳୁଛି।

ମୋଦି ସରକାରକୁ ମିଛୁଆ କହୁଥିବା ରାହୁଲ ଏବେ ଭାଗବତ ଏବଂ ଗୀତାରେ ଲେଖାଯାଇଥିବା କଥା ସତ୍ୟ ଓ ସେ ଏହାକୁ ମାନନ୍ତି ବୋଲି କହିଛନ୍ତି। ୟୁପିରେ କଂଗ୍ରେସ ସରକାର ଆସିବାର ୧୦ ଦିନ ମଧ୍ୟରେ ଚାଷୀଙ୍କୁ କର ମୁକ୍ତ ଓ ବିଜୁଳୀ ଦର ହ୍ରାସ କରି ଦେବେ ବୋଲି ତାଙ୍କ ସଭାରେ ଜନତାଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି।