ବଦ୍ରିନାଥ ରାସ୍ତାରେ ଭୁସ୍ଖଳନ: ଫସି ରହିଛନ୍ତି ୧୫ ହଜାର ଯାତ୍ରୀ

ନୂଆଦିଲ୍ଲୀ: ବଦ୍ରିନାଥ ରାସ୍ତାରେ ଭୁସ୍ଖଳନ ହେବାରୁ ପ୍ରାୟ ୧୫ ହଜାର ତୀର୍ଥ ଯାତ୍ରୀ ଫସି ରହିଛନ୍ତି। ଏହି ରାସ୍ତା ମରାମତି କରିବା ପାଇଁ ୨ ଦିନ ସମୟ ଲାଗିବ ବୋଲି ବଡର୍ର ରୋଡ୍‌ ଅରର୍ଗାନାଇଜେସନ୍ ( ବିଆରଓ) କହିଛି।

ଗତକାଲି ଦ୍ୱିପହର ପ୍ରାୟ ୩ଟା ୩୦ ମିନିଟ୍ ସମୟରେ ଜୋସିମ୍‌ ଠାରୁ ପ୍ରାୟ ୮ କିଲୋମିଟର ଦୂର ବିଷ୍ଣୁପ୍ରୟାଗ ନିକଟରେ ପାହାଡ଼ର ଏକ ଅଂଶ ରାସ୍ତାକୁ ଖସି ଆସିଥିଲା। ତେବେ ଏଥିରେ କୌଣସି ଯାତ୍ରୀ ଆହତ ହୋଇନାହାଁନ୍ତି। ପ୍ରାୟ ୧୫୦ କିଲୋମିଟର ରାସ୍ତା ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଯାତ୍ରୀମାନଙ୍କୁ ଦୁର୍ଘଟଣାସ୍ଥଳରୁ ପ୍ରାୟ ୨୦୦ କିଲୋମିଟର ପଛରେ ରଖାଯାଇଛି।

ଫସି ରହିଥିବା ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର ପାଇଁ ପ୍ରୟାସ ଜାରି ରହିଛି। ଏନେଇ ଉତ୍ତରାଖଣ୍ଡ ସରକାର ପଦକ୍ଷେପ ନେଉଛନ୍ତି।

ରିପୋର୍ଟ ଓ ଫଟୋ- ଆଜ୍‌ତକ୍‌