ବାଂଲାଦେଶରେ ପୁଣି ଜଣେ ବ୍ଲଗରଙ୍କୁ ହତ୍ୟା

ଢାକା: ବାଂଲାଦେଶରେ ଶୁକ୍ରବାର ପୁଣି ଏକ ବ୍ଲଗରଙ୍କୁ ହତ୍ୟା କରାଯାଇଛି। ମୃତ ବ୍ଲଗରଙ୍କ ନାମ ନିଲୟ ନୀଲ। ନିଲୟ ଆଜି ସକାଳେ ଘରେ ଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି।ବାଂଲାଦେଶ ବ୍ଲଗ ଏଣ୍ଡ୍  ଆକ୍ଟିଭିସ୍ ନେଟୱାର୍କର ମୁଖପାତ୍ରଙ୍କ କହିବାନୁସାରେ, ନିଲୟଙ୍କ ତାଙ୍କ ପାଞ୍ଚ ତାଲା ବିଶିଷ୍ଟ ଘର ଉପରେ ଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ଠେଲି ଦେଇଥିଲା।  ନିଲୟ ଇସଲାମିକ୍ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲେ।

ଢାକାର ଏକ ଖବରକାଗଜ ଟ୍ରିବ୍ୟୁନ୍ ଅନୁସାରେ, ନୀଲର ପ୍ରକୃତ ନାମ ନିଲୟ ଚୌଧୁରୀ। ହେଲେ ବ୍ଲଗିଂ ଦୁନିଆରେ ନିଲୟ ନୀଲ  ନାମରେ ପରିଚିତ ଥିଲେ। ୧୯୭୧ ଯୁଦ୍ଧ ଅପରାଧୀଙ୍କୁ ଫାଶି ଦେବା ସଂପର୍କରେ ନୀଲ ତାଙ୍କ ବ୍ଲଗରେ ଲେଖୁଥିଲେ। ସୂଚନାଯୋଗ୍ୟ, ଚଳିତ ବର୍ଷ ନୀଲଙ୍କୁ ମିଶାଇ ବାଂଲାଦେଶରେ ୪ ଜଣ ବ୍ଲଗରଙ୍କୁ ହତ୍ୟା କରାଯାଇ ସାରିଲାଣି।