ଥରୁରଙ୍କ ବିରୋଧରେ ଜାମିନ୍‌ଯୁକ୍ତ ଗିରଫ ପରୱାନା

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁରଙ୍କ ବିରୋଧରେ ଦିଲ୍ଲୀର ଏକ କୋର୍ଟ ଗିରଫ ପରୱାନା ଜାରି କରିଛି। ତେବେ ଏତିରେ ଜାମିନ୍‌ ମିଳିପାରିବ ବୋଲି କୁହାଯାଇଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଦେଇଥିବା ମନ୍ତବ୍ୟ ‘ଶିବଲିଙ୍ଗ ଉପରେ ସ୍କର୍ପିଅନ୍‌’କୁ ନେଇ ଆଗତ ହୋଇଥିବା ଏକ ମାନାହାନି ମୋକଦ୍ଦମାରେ ହାଜର ନହେବାକୁ ନେଇ ଏହି ପରୱାନା ଜାରି କରାଯାଇଛି।

ନଭେମ୍ବର ୨୭ ପାଇଁ ଏହି ପରୱାନା ଜରି କରି ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ନବୀନ କୁମାର କାଶ୍ୟପ କହିଛନ୍ତି, ନା ଶଶି ଥରୁର ନା ତାଙ୍କ ଓକିଲ କେହି ମଧ୍ୟ ହାଜର ହୋଇନଥିଲେ।

ଏହି ମାମଲାର ଅଭିଯୋଗକାରୀ ଦିଲ୍ଲୀ ବିଜେପିର ରାଜୀବ ବବ୍ବର ମଧ୍ୟ କୋର୍ଟରେ ହାଜର ନହେବାରୁ କୋର୍ଟ ତାଙ୍କ ଉପରେ ୫୦୦ ଟଙ୍କାର ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ବ୍ୟକ୍ତିଗତ ସମସ୍ୟା ଦେଖାଇ ଆସିନାହାନ୍ତି, କିନ୍ତୁ ଏଭଳି କ’ଣ ବ୍ୟକ୍ତିଗତ ସମସ୍ୟ ରହିଲା ତାହା ଜଣାଇନାହାନ୍ତି ବୋଲି ବିଚାରପତି କହିଥିଲେ।