ବାଣ କାରାଖାନାରେ ବିସ୍ଫୋରଣ: ସିଆଇଡି କରିବ ତଦନ୍ତ

କୋଲକାତା: ପଶ୍ଚିମବଙ୍ଗର ବାଣ ତିଆରି କାରାଖାନାରେ ବିସ୍ଫୋରଣ ଘଟଣାର ତଦନ୍ତ କରିବାକୁ ସିଆଇଡି (ଅପରାଧ ଅନୁସନ୍ଧାନ ବିଭାଗ)କୁ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କିନ୍ତୁ ପଶ୍ଚିମବଙ୍ଗ ବିଜେପି ଏହି ଘଟଣାର ନିରପକ୍ଷ ତଦନ୍ତ ପାଇଁ ଏନଆଇଏ(ଜାତୀୟ ଅନୁସନ୍ଧାନ ସଂସ୍ଥା) ଦେବାକୁ ଦାବି କରିଛନ।  ସୂଚନା ଯାଗ୍ୟେ ଯେ,ପଶ୍ଚିମବଙ୍ଗର ପଶ୍ଚିମ ମିଦନାପୁର ଜିଲ୍ଲାର ପିଙ୍ଗଲଠାରେ ବୁଧବାର ବିଳମ୍ବିତ ରାତିରେ ଏକ ବାଣ ତିଆରି କରାଖାନାରେ ବିସ୍ଫୋରଣ ଘଟି ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏଣୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଘଟଣା ପରେ ଫ୍ୟାକ୍ଟ୍ରି ମାଲିକ ରଞ୍ଜନ ମୈତି ଫେରାର ହୋଇଯାଇଛି। ଫ୍ୟାକ୍ଟ୍ରିରେ ବାଣ ସହିତ ବୋମା ବି ତିଆରି କରାଯାଉଥିଲା ବୋଲି ଅଭିଯୋଗ ହୋଇଛି। ବିସ୍ଫୋରଣର ତୀବ୍ରତା ଏତେ ଜୋର ଥିଲା ଯେ ପାଖଆଖ ଘରଗୁଡ଼ିକ ଦୋହଲି ଦିଆଯାଇଥିଲା ।