ଗୋଟିଏ ମାମଲାରେ ୨୬ଜଣଙ୍କୁ ମୃତ୍ୟୁଦଣ୍ଡ

ଢାକା: ୨୦୧୪ ନାରାୟଣଗଞ୍ଜ ହତ୍ୟା ମାମଲାରେ ବାଂଲାଦେଶର ଏକ କୋର୍ଟ ୩୫ ଜଣ ଦୋଷୀଙ୍କ ମଧ୍ୟରୁ ୨୬ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି। ଏହି ୨୬ ଦୋଷୀଙ୍କ ମଧ୍ୟରେ ଅଛନ୍ତି ଶାସକ ଆୱାମୀ ଲିଗ୍‌ରୁ ବହିଷ୍କୃତ ନୁର ହୋସେନ୍‌, ରାପିଡ୍‌ ଆକ୍ସନ୍‌ ବାଟାଲିଅନ୍‌ର‌ ପୂର୍ବତନ କମାଣ୍ଡିଂ ଅଫିସର ଏଲ୍‌ଟି.କର୍ଣ୍ଣେଲ ତାରିକ୍‌ ସୟିଦ୍‌ ମହମ୍ମଦ୍‌, ଅନ୍ୟ ଦୁଇ ଉଚ୍ଚ ଅଧିକାରୀ, ୧୩  ଅଧୀନସ୍ତ କର୍ମଚାରୀ ଏବଂ ୯ ଜଣ ଅନ୍ୟ କର୍ମଚାରୀ।  ରାପିଡ୍‌ ଆକ୍ସନ୍‌ ବାଟାଲିଅନ୍‌ର‌ ଆଉ ୯ ଜଣ କର୍ମଚାରୀ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ସେମାନଙ୍କୁ ବିଭିନ୍ନ ଅବଧିର ଜେଲ ଦଣ୍ଡାଦେଶ ଶୁଣାଯାଇଛି।

ସରକାରୀ ଓକିଲ ଏସ୍‌.ଏମ୍‌ ୱାଜେଦ୍‌ ଅଲ୍ଲୀ ଖୋକନ୍‌ଙ୍କ କହିବା ଅନୁଯାୟୀ ଆୱାମୀ ଲିଗ୍‌ ନେତା ନଜୁର ଇସ୍‌ଲାମ୍‌ଙ୍କୁ ହତ୍ୟା କରିବା ପାଇଁ ନୁର୍ ହୋସେନ୍ ରାପିଡ୍‌ ଆକ୍ସନ୍‌ ବାଟାଲିଅନ୍‌ର‌ ସଦସ୍ୟଙ୍କୁ ବ୍ୟବହାର କରିଥିଲେ।

ଏହି ମାମଲାରେ ମୋଟ  ୭ଜଣ ଲୋକଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା।