ବାଂଲାଦେଶ: ସିଆ ମସଜିଦରେ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଆଇଏସ୍

ଢାକା: ଇରାକ ଓ ସିରିଆରେ ଆତଙ୍କ ଚଳାଇଥିବା ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ବାଂଲାଦେଶରେ ମଧ୍ୟ ଏହାର ଆତଙ୍କୀ କାର୍ଯ୍ୟକଳାପକୁ ଆରମ୍ଭ କରି ଦେଲାଣି। ଗୁରୁବାର ରାତିରେ ବାଂଲାଦେଶର ବୋଗ୍ରା ଜିଲ୍ଲାରେ ଏକ ସିଆ ମୁସଲିମ୍ ମସଜିଦରେ ଆକ୍ରମଣ ହୋଇଥିଲା। କିଛି ବନ୍ଧୁକଧାରୀ ମସଜିଦ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଏହି ଘଟଣା ପାଇଁ ଆଇଏସ୍ ନିଜକୁ ଦାୟୀ କରିଛି।

ସୂଚନାଯୋଗ୍ୟ, ରୁଷ୍ ଓ ଫ୍ରାନ୍ସ ପକ୍ଷରୁ ସିରିଆରେ ଆଇଏସର ଆଡ୍ଡାଗୁଡ଼ିକ ଉପରେ ଜୋରଦାର ଆକ୍ରମଣ କରାଯାଉଛି। ଆକାଶ ମାର୍ଗରୁ ଏହି ଆକ୍ରମଣ କରାଯାଉଛି।