ଗିରଫ ହେଲେ ଆଉ ଏକ ବ୍ୟାଙ୍କର ସିଇଓ

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ ସିଇଓ ଚନ୍ଦା କୋଚରଙ୍କ ପରେ ଏବେ ଗିରଫ ହୋଇଛନ୍ତି ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର ସିଇଓ। ଆର୍ଥିକ ଅନିୟମିତତା ଅଭିଯୋଗରେ ବ୍ୟାଙ୍କର ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ ରବୀନ୍ଦ୍ର ମରାଠେଙ୍କୁ ଇଡି ଗିରଫ କରିଛି। ଆଇନ ଖିଲାପ କରି ଋଣ ଦେବା ଅଭିଯୋଗରେ ରବୀନ୍ଦ୍ରଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ରାଜେନ୍ଦ୍ର ଗୁପ୍ତା ଏବଂ ଅନ୍ୟ ଦୁଇ ବ୍ୟାଙ୍କ ଅଧିକାରୀ ଅଛନ୍ତି।

ଏମାନଙ୍କ ବିରୋଧରେ ଡିଏସ୍ଏଫ୍ ଡେଭଲପର୍ସ ନାମକ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇ କୋଟି କୋଟି ଟଙ୍କା ଋଣ ପ୍ରଦାନ କରିଥିବା ଅଭିଯୋଗ ହୋଇଛି। ମୋଟ ୨୦୪୩ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗ ଆସିବା ପରେ ପୋଲିସ ଡିଏସ୍‌ଏଫ୍  ଡେଭଲପର୍ସଙ୍କୁ କଳାତାଲିକାଭୁକ୍ତ କରିଛି ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର। ଋଣ ପରିଶୋଧ ଲାଗି କମ୍ପାନୀର କିଛି ସମ୍ପତ୍ତି ନିଲାମ କରିଛି।

ଗିରଫ ପରେ ରବୀନ୍ଦ୍ରଙ୍କୁ ପୁଣେର ଏକ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ୨୭ ତାରିଖ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।