ଆଫଗାନିସ୍ତାନରେ ବରଫ ଅତଡ଼ା ଖସି ୧୦୦ ମୃତ

କାବୁଲ: ଆଫଗାନିସ୍ତାନରେ ବରଫ ଅତଡ଼ା ଖସି ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୫୦ଜଣ ଗୋଟିଏ ଗାଁର ବୋଲି ଜଣାପଡ଼ିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ସେହିପରି ପାକିସ୍ତାନରେ ମଧ୍ୟ ବରଫ ଅତଡ଼ା ଖସି ୧୪ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଭାରତର ଜାମ୍ମୁ ଓ କାଶ୍ମୀରର ହିମାଞ୍ଚଳ ପ୍ରଦେଶର କିଛି ସ୍ଥାନରେ ବରଫ ଅତଡ଼ା ଖସିପାରେ ବୋଲି ଆଶଙ୍କା କରି ଆର୍ଲଟ ଜାରି କରାଯାଇଛି।

ଆଫଗାନିସ୍ଥାନର ଜଣେ ଅଧିକାରୀ କହିଛନ୍ତି,“ତିନି ଦିନ ଧରି ଅଧିକ ବରଫପାତ ହେବା ଯୋଗୁଁ ଏହି ବରଫ ଅତଡ଼ା ଖସିଥିଲା। ଫଳରେ ଦେଶର ମଧ୍ୟ ଓ ପୂର୍ବ ଭାଗରେ ରାସ୍ତା ଧସିବା ସହ ୧୦୦ରୁ ଅଧିକ ଘର ନଷ୍ଟ ହୋଇଯାଇଛି। ଯାତାୟତରେ  ଅସୁବିଧା ସୃଷ୍ଟି ହୋଇଛି। ବରଫ ଅତଡ଼ା ଖସି ରାସ୍ତା ଜାମ୍ ହୋଇ ଯାଇଛି। ତେଣୁ ଉଦ୍ଧାରକାରୀ ଦଳଗୁଡ଼ିକୁ କ୍ଷତିଗ୍ରସ୍ତ ଗାଁଗୁଡ଼ିକରେ ପହଞ୍ଚିବାରେ କଷ୍ଟ ହେଉଛି।”