ଭାରତ ଓ ଚୀନ ମଧ୍ୟରେ ଥିବା ସଂପର୍କକୁ ମଜଭୁତ୍ କରିବା ପାଇଁ ଠିକ୍ ସମୟ ଆସିଛି: ପ୍ରଣବ ମୁର୍ଖାଜୀ  

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଥିବା ସଂପର୍କକୁ ମଜଭୁତ୍ କରିବା ପାଇଁ ଠିକ୍ ସମୟ ଆସିଯାଇଛି। ଏହି ଦୁଇ ଦେଶ ମଧ୍ୟରେ ଥିବା ପୁରୁଣା ସଂପର୍କକୁ ମଜଭୁତ୍ କରିବା ସହ ଏହାକୁ ଆଗକୁ ବଢ଼ାଇବା ଦରକାର ବୋଲି ଭାରତ ଓ ଚୀନ ବିଜନେସ୍‌ ଫୋରମକୁ ସମ୍ବୋଧିତ କରି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହା କହିଛନ୍ତି।

ଚୀନକୁ ପ୍ରଂଶସା କରି ମୁଖାର୍ଜୀ କହିଛନ୍ତି, “ଚୀନ ଯେଉଁ ଆର୍ଥିକ ଉପଲବ୍ଧି  ହାସଲ କରିଛି  ଏହା ଆମ ପାଇଁ  ପ୍ରେରଣା ଅଟେ।  ଭାରତ ତାର ଉତ୍ପାଦିତ ହେଉଥିବା ସାମଗ୍ରୀ ଗୁଡିକ ଚୀନ ବଜାରରେ ଦେଖିବାକୁ  ଚାହୁଁଛି।”

ବିଜନେସ୍‌ ଫୋରମକୁ ସମ୍ବୋଧିତ କରିବା ପୂର୍ବରୁ ରାଷ୍ଟପତି ପ୍ରଣବ ମୁଖାର୍ଜୀ ଗର୍ଭଣ୍ଣର  ହୁ ସିଆଓଦାନଙ୍କୁ  ଭେଟିଥିଲେ।