ବିମାନରେ ହେଡ୍‌ ଫୋନ୍‌ ବ୍ୟାଟେରୀ ବିସ୍ଫୋରଣ: ପୋଡିଗଲା ମହିଳାଙ୍କ ଶରୀର

ମେଲବର୍ଣ୍ଣ: ବିମାନରେ ଯାତ୍ରା କରୁଥିବା ଜଣେ ମହିଳା ହେଡ୍‌ ଫୋନ୍‌ରେ ଗୀତ ଶୁଣୁଥିବା ବେଳେ ବ୍ୟାଟେରୀ ବିସ୍ଫୋରଣ ଘଟି ତାଙ୍କ ମୁହଁ ପୋଡିଯାଇଛି। ଯାତ୍ରା କଲା ବେଳେ ସମୟ କାଟିବା ପାଇଁ ଲୋକେ ସର୍ବଦା ବହି ପଢିଥିନ୍ତି କିମ୍ବା ଗୀତ ଶୁଣନ୍ତି । ଏମିତି ଏକ ଘଟଣା ଘଟିଛି ଅଷ୍ଟ୍ରେଲିଆରେ।

ବିମାନରେ ଅନ୍ୟକାହାକୁ ଅସୁବିଧା ନ ହେବା ପାଇଁ ଲୋକେ ହୋଡ୍‌ ଫୋନ ଲଗାଇ ଗୀତ ଶୁଣିଥାନ୍ତି । ତେବେ ଗୀତ ଶୁଣୁଥିବା ସମୟରେ ବ୍ୟାଟେରୀ ଫାଟିବା ଘଟଣା ଅଷ୍ଟ୍ରେଲିଆର ପ୍ରଥମ ନୁହେଁ । ଏଷ୍ଟ୍ରେଲିଆରେ ଏହିପରି ଅନେକ ଘଟଣା ଘଟୁଥିବା ସମ୍ନାକୁ ଆସୁଛି । ଫେବ୍ରୁଆରୀ ୧୯ରେ ବିମାନରେ ମେଲବର୍ଣ୍ଣ ଯାଉଥିବା ଜଣେ ମହିଳା ଗୀତ ଶୁଣୁ ଶୁଣୁ ସୋଇପଡିଥିବା ଅବସ୍ଥାରେ ବ୍ୟାଟେରୀ ଚାଳିତ ହେଡଫୋନରେ ବିସ୍ଫୋରଣ ଘଟିଥିଲା । ଫଳରେ ମହିଳାଙ୍କ ମୁହଁ ସହ ଶରୀରର ବିଭିନ୍ନ ଅଂଶ ପୋଡି ଯାଇଥିଲା । ବିସ୍ଫୋରଣ ପରେ ହେଡ ଫୋନରେ ନିଆଁ ଲାଗିଯାଇଥିଲା, ଯାହାକୁ ବିମାନ କର୍ମଚାରୀ ଲିଭାଇଥିଲେ । ଫଳରେ ଏକ ବଡଧରଣର ଦୁର୍ଘଟଣାରୁ ବିମାନଟି ବର୍ତ୍ତିଯାଇଥିଲା। ଏହି ଘଟଣାକୁ ନେଇ ବିମାନ ଅଧିକାରୀ ମାନେ ଯାତ୍ରୀମାନଙ୍କୁ ଏହି ଭଳି ଉପକରଣ ବିମାନରେ ନ ନେବାକୁ ସଚେତନ କରୁଛନ୍ତି ।