ହୁସିଆର ମୋବାଇଲ୍ ବ୍ୟବହାରକାରୀ: ଆଧାର ନାଁରେ ଚାଲିଛି ଅନଲାଇନ୍ ଲୁଟ୍, ପଢି ସତର୍କ ହୁଅନ୍ତୁ, ନହେଲେ ଫସିଯିବେ

ମୋବାଇଲ ନମ୍ୱରକୁ ଆଧାର କାର୍ଡ ସହ ଲିଙ୍କ କରିବା ପାଇଁ ଟେଲିକମ୍ ବିଭାଗ ସମସ୍ତ ଟେଲିକମ୍ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛି। ଏଥିପାଇଁ ୬ ଫେବୃଆରୀ ୨୦୧୮କୁ ଡେଡଲାଇନ୍ ରଖା ଯାଇଛି। ଏହି ସମୟ ସୀମା ମଧ୍ୟରେ ଯଦି କୌଣସି ମୋବାଇଲ ବ୍ୟବହାରକାରୀ ନିଜ ନମ୍ୱରକୁ ଆଧାର କାର୍ଡ ସହ ସଂଯୋଗ କରି ନାହାନ୍ତି ତେବେ ସିମ୍‌କାର୍ଡ ବନ୍ଦ ହୋଇଯିବ। ତେବେ ଏହି ଘୋଷଣାର ଫ।ଇଦା ଉଠାଉଛନ୍ତି କିଛି ଅନଲାଇନ୍ ଠକ।

ମୋବାଇଲ ନମ୍ୱରକୁ  ଆଧାର କାର୍ଡ ସହ ଲିଙ୍କ କରିବା ପାଇଁ ଟେଲିକମ୍ କମ୍ପାନୀ ନିଜ ଗ୍ରାହକଙ୍କୁ ମେସେଜ ମାଧ୍ୟମରେ ସୂଚାଉଛନ୍ତି। କିନ୍ତୁ ଏହା ଭିତରେ ସକ୍ରିୟ ହୋଇ ପଡିଛନ୍ତି କିଛି ଅନଲାଇନ୍ ଠକ୍। ଆଧାର କାର୍ଡ ଭେରିଫିକେସନ୍ ନାମରେ ଏବେ ବିଭିନ୍ନ ଠକ ସଂସ୍ଥା ଲୋକଙ୍କୁ ଫେ।ନ କରି ସଂପୂର୍ଣ୍ଣ ତଥ୍ୟ ହାସଲ କରୁଛନ୍ତି। ଯେହେତୁ ଏବେ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଆଧାର କାର୍ଡ ସହ ଲିଙ୍କ ହୋଇଛି ଏହାର ସମ୍ପୁର୍ଣ୍ଣ ଫ।ଇଦା ନେବାକୁ ଚେଷ୍ଟା କରୁଛନ୍ତି ଠକ ସଂସ୍ଥା।

ପ୍ରଥମେ ଏହି ଠକ ସଂସ୍ଥା ଟେଲିକମ୍ ଅପରେଟର ହୋଇ ଗ୍ରାହକଙ୍କୁ ଆଧାରକାର୍ଡ ଭେରିଫିକେସନ ହେଉଥିବାର କହି ବିଶ୍ୱାସ ଜନ୍ମାଇଥାନ୍ତି। ପରେ ଆଧାର କାର୍ଡର ନମ୍ୱର ଓ ଜନ୍ମ ତାରିଖ ଜାଣିବା ପରେ ଅନଲାଇନ୍ରେ ସପିଙ୍ଗ  କରିଥାନ୍ତି ଏହି ସଂସ୍ଥା। ଏମାନେ ଏହି କାମକୁ ଏତେ ଶୀଘ୍ର କରନ୍ତି ଯେ କଲ୍ ଚାଲୁଥିବା ସମୟରେ ଗ୍ରାହକଙ୍କ ପାଖକୁ ଆସୁଥିବା ଓଟିପି କୋର୍ଡକୁ ଭେରିଫିକେସନ ନାମରେ ହାସଲ କରିଥାନ୍ତି। ତା ପରେ ବ୍ୟାଙ୍କ ଖାତାରୁ ଚଳୁ ହୋଇ ସାରିଥାଏ ସମସ୍ତ ଟଙ୍କ।।

ଏହିଭଳି ଠକ ସଂସ୍ଥା ପାଖରୁ ଦୂରେଇ ରହିବାକୁ ବିଭିନ୍ନ ଟେଲିକମ୍ କମ୍ପାନୀ ଓ ବ୍ୟାଙ୍କ ଗ୍ରାହକଙ୍କୁ ମେସେଜ ମାଧ୍ୟମରେ ସତର୍କ କରାଉଛନ୍ତି। ଏଥି ସହିତ ନିକଟସ୍ଥ ଟେଲିକମ୍ ଷ୍ଟୋରକୁ ଯାଇ ଆଧାର କାର୍ଡ ସହ ମୋବାଇଲ ନମ୍ୱର ଲିଙ୍କ କରି ପାରିବେ ବୋଲି ଗ୍ରାହକଙ୍କୁ ସଚେତନ କରୁଛନ୍ତି।