ଗୋ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ନ ଲଗାଯାଉ: ରାମଦାସ ଅଠାୱଲେ

ନୂଆଦିଲ୍ଲୀ: ଗୋ ହତ୍ୟା ଓ ଗୋ ମାଂସ ଉପରେ ଆଗରୁ ପ୍ରତିବନ୍ଧକ ଲଗାଯାଇଛି। ତେଣୁ ଗୋ ମାଂସ  ବିକ୍ରି ଉପରେ କୌଣସି ପ୍ରତିବନ୍ଧକ ନ ଲଗାଯାଉ ବୋଲି ରାମଦାସ ଅଠାୱଲେ କହିଛନ୍ତି।

ସେ କହିଛନ୍ତି, “ଗୋ ମାଂସ ବିକ୍ରି ଉପରେ ଉପରେ ପ୍ରତିବନ୍ଧକ ଲଗାଗଲେ ଆରପିଆଇ ପାର୍ଟି ତାକୁ ବିରୋଧ କରିବ। କୃଷକମାନେ ଏହା ଜାଣିବା ଦରକାର, ବଳଦ ବୁଢ଼ା ହୋଇଗଲେ, କୌଣସି କାମରେ ଲାଗି ପାରୁ ନ ଥିଲେ ତାହାର ମାଂସ ଉପରେ କୌଣସି ପ୍ରତିବନ୍ଧକ ଲଗାଇବା ଉଚିତ୍ ନୁହେଁ।”