ଭିକାରିଙ୍କ ବିମୁଦ୍ରାକରଣ: କହିଲେ ଆମେ ଟଙ୍କିକିଆ କଏନ ନେବୁନି

ଲକ୍ଷ୍ନୌ:୨୦୧୬ରେ ମୋଦି ସରକାର ବଡ଼ ନୋଟକୁ ଅଚଳ କରିଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ବିମୁଦ୍ରାକରଣ ଘୋଷଣା କରି ୫୦୦ ଏବଂ ହଜାରେ ଟଙ୍କିଆ ନୋଟକୁ ଅଚଳ କରିଦେଇଥିଲେ। ଏହି ବିମୁଦ୍ରାକରଣକୁ ନେଇ ଏବେ ବି ଚର୍ଚ୍ଚା ଥମି ନ ଥିବା ବେଳେ ଉତ୍ତରପ୍ରଦେଶର ଭିକାରିମାନେ ଛୋଟ ମୁଦ୍ରା ଉପରେ ବିମୁଦ୍ରାକରଣ ଘୋଷଣା କରିଛନ୍ତି। ମୁଖ୍ୟତଃ ଏବେ ଆସୁଥିବା ଟଙ୍କିକିଆ କଏନର ଆକାର ଛୋଟ ହୋଇଥିବାରୁ ଏହାକୁ କେହି ଗ୍ରହଣ କରୁ ନ ଥିବା ଭିକାରିମାନେ ଅଭିଯୋଗ କରିଛନ୍ତି।

ଉତ୍ତରପ୍ରଦେଶ ରାମପୁରର କିଛି ଭିକାରି କହିଛନ୍ତି ଯେ ଏବେ ଆସୁଥିବା ଟଙ୍କିକିଆ କଏନ ୫୦ ପଇସା କଏନର ଆକାର ସହ ସମାନ। ଶୁକ୍ର ମଣି ନାମକ ଜଣେ ଭିକାରୀ କହିଛନ୍ତି ଯେ, ଏବେକାର ଟଙ୍କିକିଆର ଆକାର ଛୋଟ ଯୋଗୁ ଏହାକୁ କୌଣସି ଦୋକାନ କିମ୍ବା ରିକ୍ସା ଚାଳକ ଗ୍ରହଣ କରୁ ନାହାନ୍ତି। ତେଣୁ ଏହି ଟଙ୍କିକିଆ କଏନକୁ ଆମେ ମଧ୍ୟ ନ ନେବାକୁ ନିଷ୍ପତ୍ତି ନେଇଛୁ ବୋଲି ସେ କହିଛନ୍ତି।

ସୌଜନ୍ୟ:ହିନ୍ଦୁସ୍ଥାନ ଟାଇମ୍‌ସ