ବେଙ୍ଗାଲୁରରେ ବିଶ୍ୱର ସୁବଠୁ ବଡ଼ ପୁଷ୍ପ ପ୍ରଦର୍ଶନୀ

ବେଙ୍ଗାଲୁରୁ: ସାଧାରଣତନ୍ତ୍ର ଦିବସ ଅବସରରେ ବେଙ୍ଗାଲୁରୁ ସହରରେ ଆୟୋଜିତ ହୋଇଛି ପୁଷ୍ପ ପ୍ରଦର୍ଶନୀ। ଲାଲବାଗ୍‌ ପାର୍କ ଗ୍ଲାସ୍‌ ହାଉସରେ ୨୦୫ତମ ଫୁଲ ପ୍ରଦର୍ଶନୀ ଦେଖିବାକୁ ବହୁ ଦର୍ଶକଙ୍କ ଭିଡ଼ ଜମୁଛି। ୨୦ ଲକ୍ଷରୁ ଅଧିକ ଫୁଲ କୁଣ୍ଡ ଏଠାରେ ପ୍ରଦର୍ଶିତ ହୋଇଛି। ବିଶ୍ୱରେ ଏହା ସବୁଠୁ ବଡ଼ ପୁଷ୍ପ ପ୍ରଦର୍ଶନୀ ବୋଲି କୁହାଯାଉଛି।

ଏହି ପ୍ରଦର୍ଶନୀର ବିଶେଷତ୍ୱ ହେଲା, ଫୁଲକୁଣ୍ଡରେ ଗଛ ଗୁଡିକୁ ସାଜସଜ୍ଜା କରିବା। ପ୍ରଦର୍ଶନୀ ଲାଗି ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଗଣତନ୍ତ୍ର ଦିବସ ଅବସରରେ ଏଥିରେ ଭାଗ ନେଇଥିବା ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି। ୧୯୯୨ ମସିହାରୁ ମହୀଶୂର ହଟିକଲଚର ସୋସାଇଟି ଏବଂ କର୍ଣ୍ଣାଟକ ହଟିକଲର ବିଭାଗର ଯୁଗ୍ମ ସହଯୋଗରେ ଏହା ଆୟୋଜନ କରାଯାଉଛି। ଏହି ପ୍ରଦର୍ଶନୀ ବର୍ଷକୁ ଦୁଇ ଥର ଆୟୋଜନ କରାଯାଇଥାଏ।