ବୃତ୍ତିରେ ବାରିକ, ହେଲେ ବିଦେଶୀ ଗାଡିର ମାଲିକ।  ୩.୨କୋଟିର କାର୍‌ କିଣି ଚର୍ଚ୍ଚାରେ ବେଙ୍ଗାଲୁରୁର ରମେଶ ବାବୁ

ଜଣେ ବାରିକ ଯିଏକି ବାଳ କାଟିବା ପାଇଁ ପାରିଶ୍ରମିକ ମାତ୍ର ୭୫ଟଙ୍କା ନିଅନ୍ତି ସେ ଏବେ ୩ କେ।ଟି ୨୦ ଲକ୍ଷ ଟଙ୍କାର  ମର୍ସିଡିସ  ମେ-ବେଚ୍  ଗାଡି ଚଢୁଛନ୍ତି । ବିଜୟ ମାଲ୍ଲ୍ୟାଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଏହି ଦାମୀ ବିଦେଶୀ କାର୍‌ର ମାଲିକ ହେଉଛନ୍ତି ବେଙ୍ଗାଲୁରୁ ସହରର ରମେଶ ବାବୁ ।  ଜଣେ ସାଧାରଣ ବାରିକରୁ ବର୍ତ୍ତମାନ କୋଟିପତି । ଖାଲି ସେତିକି ନୁହେଁ ତାଙ୍କ ପାଖରେ ଗେ।ଟିଏ ରେ।ଲ୍ସ ରଏସ୍, ୧୧ଟି ମର୍ସିଡିସ, ୧୦ଟି ବିଏମଡବ୍ଲୁ , ୩ଟି ଅଡି ଓ ୨ଟି ଜାଗୁଆର ଭଳି ଦାମୀ କାର୍‌ର ରହିଛି।

ବର୍ତ୍ତମାନ ତାଙ୍କ ପାଖରେ ୨ଶହରୁ ଉର୍ଦ୍ଧ କାର୍ ରହିଥିବା ବେଳେ ୭୫ଟି ଲକ୍ସ୍ୟୁରିଏସ୍ କାର ରହିଛି । କେହି ଭାବି ନ ଥିବେ  ୧୯୯୪ ମସିହାରେ ନିଜ ସ୍ୱଳ୍ପ ସଂଚୟରେ ଏକ ମାରୁତି ଭ୍ୟାନ କିଣି ଟ୍ୟାକ୍ସି ବ୍ୟବସାୟ ଆରମ୍ଭ କରିଥିବା ରମେଶ ବାବୁ ଏବେ ୨୦୦ଟି କାରର ମାଲିକ। ତେବେ ସବୁଠାରୁ ମଜାଦାର କଥା  ରମେଶ  ବାବୁ ନିଜ କୈ।ଳିକ ବୃତ୍ତିକୁ ଛାଡି ପାରିନାହାନ୍ତି।