ଭାରତ ଭୂସ୍ୱର୍ଗ କାଶ୍ମୀରରେ ବରଫଯୁକ୍ତ କୁହୁଡି ବର୍ଷା

ଶ୍ରୀନଗର: ଚଳିତବର୍ଷରେ କାଶ୍ମୀର ବାସିନ୍ଦାଙ୍କ ପାଇଁ ପ୍ରଥମ ବରଫଯୁକ୍ତ କୁହୁଡି ବର୍ଷାର ଅନୁଭବ କରିଛନ୍ତି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବରଫ ପଡିଥିବାରୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଫଳରେ ରାଜୋରି, ପୁଞ୍ଚ ଓ ଜାମ୍ମୁ ଅଞ୍ଚଳରେ ରାସ୍ତାର ଗାଡି ଚଳାଚଳ ବନ୍ଦ ହୋଇଛି। ସକାଳୁ ସକାଳୁ ପିରପଙ୍ଗଲ, ଗୁଲମାର୍ଗ ଆଦି ସ୍ଥାନରେ ବରଫ ଜମାଟ ଦୃଶ୍ୟ ଦେଖିବାକୁ ମିଳିଥିଲା। ବରଫ ଉପରେ ଚାଲିବା ସହ ପରସ୍ପରକୁ ଫିଙ୍ଗି ମଜା ଉଠାଉଛନ୍ତି ପର୍ଯ୍ୟଟକଙ୍କ ସହ ସ୍ଥାନୀୟ ଅଞ୍ଚଳରେ ଲୋକେ। ଏପଟେ ଆଗାମୀ ଦୁଇ ଦିନ ମଧ୍ୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ତେଣୁ ଶୀତ ଆଗକୁ ଆହୁରୀ ବୃଦ୍ଧି ପାଇବା ସହ ବରଫ ବୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପୂନ ବୋଲି ଜଣାପଡିଛି।