ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ କାମ ପାଇଲା ଜାପାନ

ନୂଆଦିଲ୍ଲୀ: ଭାରତରେ ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ନିର୍ମାଣ କରିବାର କଂଟ୍ରାକ୍ଧ ପାଇଛି ଜାପାନ। ଚୀନକୁ କଡ଼ା ଟକ୍କର ଦେଇ ଏହି କଂଟ୍ରାକ୍ଟ ପାଇଛି ଜାପାନ। ମୁମ୍ବାଇ-ଅହମଦାବଦ ମଧ୍ୟରେ ଏହି ରେଳ ପ୍ରକଳ୍ପ ନିର୍ମାଣ କରାଯିବ। ପରେ ଏହାକୁ ଦିଲ୍ଲୀ ପର୍ଯ୍ୟନ୍ତ ବଢ଼ା ଯିବ।

ଜାପାନକୁ ଏହି କଂଟ୍ରାକ୍ଟ ମିଳିବା ପଛରେ ବିଶେଷ କାରଣ ବି ରହିଛି। ଜାପାନ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ମଧ୍ୟରେ ଏହି ପ୍ରକଳ୍ପ ପାଇଁ ‘ମେକ୍ ଇଣ୍ଡିଆ’କୁ ଗୁରୁତ୍ୱ ଦିଆଯିବ ବୋଲି କହିଛି।

୯୮ ହଜାର କୋଟି ଟଙ୍କାର ଏହି ପ୍ରକଳ୍ପକୁ ବୁଧବାର ସନ୍ଧ୍ୟାରେ କ୍ୟାବିନେଟର ମଂଜୁରୀ ମିଳିଛି। ତେବେ ଚଳିତ ସପ୍ତାହର ଶେଷ ଆଡ଼କୁ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଭାରତ ଗସ୍ତ ସମୟରେ ଏନେଇ ଆନୁଷ୍ଠାନକ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।