ଭାରତକୁ ବାଦ୍ ଦେଇ ସାରା ବିଶ୍ୱକୁ ସଂଯୋଗ କରିବାର ପରିକଳ୍ପନା ଅସମ୍ଭବ: ଜୁକରବର୍ଗ

ନୂଆଦିଲ୍ଲୀ: ଭାରତକୁ ବାଦ୍ ଦେଇ ସାରା ବିଶ୍ୱକୁ ସଂଯୋଗ କରିବାର ପରିକଳ୍ପନା ଅସମ୍ଭବ। ଏହା କହିଛନ୍ତି ଫେସବୁକର ପ୍ରତିଷ୍ଠାତା ମାର୍କ୍ ଜୁକରବର୍ଗ। ଭାରତ ଗସ୍ତରେ ଆସିଥିବା ଜୁକରବର୍ଗ ଆଜି ଦିଲ୍ଲୀ ଆଇଆଇଟି ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରିଥିଲେ। ଏହି ଅବସରରେ ସେ ଫେସବୁକ୍ ପ୍ରତିଷ୍ଠା ବେଳର ଅନୁଭୂତି ସାଙ୍ଗକୁ ଆଇଟି ସଂପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ଅବସରରେ ଜୁକରବର୍ଗ ନେଟ୍ ନ୍ୟୁଟ୍ରାଲିଟିକୁ ସମର୍ଥନ କରିଥିଲେ। ତେବେ ଏହାର କାର୍ଯ୍ୟକାରିତା ବାସ୍ତବତାଠାରୁ ବହୁ ଦୂରରେ ବୋଲି କହିଥିଲେ ଜୁକରବର୍ଗ।