ଭାରତର ସାଧାରଣତନ୍ତ୍ର ଦିବସରେ ସାମିଲ ହେଲା ଗୁଗଲ

ନୂଆଦିଲ୍ଲୀ: ସାରାଦେଶ ଆଜି ପାଳନ କରୁଛି ୬୭ତମ ସାଧାରଣତନ୍ତ୍ର ଦିବସ। ଏଥିରେ ଗୁଗଲ ମଧ୍ୟ ସାମିଲ ହୋଇଛି।ସାଧରଣତନ୍ତ୍ର ଦିବସକୁ ନିଆରା ଢଙ୍ଗରେ ପାଳନ କରିଛି ଗୁଗଲ ଇଣ୍ଡିଆ। ଗୁଗଲ ଇଣ୍ଡିଆ ନିଜ ଡୁଡଲକୁ ସାଧାରଣତନ୍ତ୍ର ଦିବସ ଉଦ୍ଦେଶ୍ୟରେ ସମର୍ପିତ କରିଛି। ଏହି ଡୁଡଲରେ ୬ଟି ଓଟକୁ ଦେଖିବାକୁ ମିଳୁଛି। ସେଥିରେ ଭାରତୀୟ ପୋଷାକ ପିନ୍ଧି ବସିଛନ୍ତି ୬ ଜଣ ବ୍ୟକ୍ତି। ସେମାନେ ତୂରୀ ଓ ବାଜା ଧରିଛନ୍ତି। ଓଟମାନଙ୍କ ଉପରେ ଲେଖାଯାଇଛି ଗୁଗଲ। ସୂଚନାଯୋଗ୍ୟ, ବିଶେଷ ଦିବସଗୁଡ଼ିକରେ ଗୁଗଲ ନିଜ ଡୁଡଲ ଜରିଆରେ ଏଭଳି ନିଆରା ଢଙ୍ଗରେ ନିଜ ଭାବନାକୁ ପ୍ରକାଶ କରିଥାଏ।