ଭାରତୀୟ ବାୟୁସେନାରେ ସାମିଲ ହେବେ ମହିଳା ଫାଇଟର ପାଇଲଟ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଏଣିକି ମହିଳା ଫ।ଇଟର ପାଇଲଟ୍ ସାମିଲ ହେବେ। ବାୟୁସେନାର ଲଢୁଆ ବିମାନରେ ମହିଳା ପାଇଲଟ ନିଯୁକ୍ତିକୁ ଆଜି ପ୍ରତିରକ୍ଷା ମନ୍ତ୍ରାଳୟ ମଞ୍ଜୁରି ଦେଇଛି। ଏୟାର ଫେ।ର୍ସ ଏକାଡେମୀରେ ଏବେ ବିମାନ ଚାଳନା ପ୍ରଶିକ୍ଷଣ ନେଉଥିବା ବ୍ୟାଜରୁ ମହିଳା ପାଇଲଟ୍ ଚୟନ ହେବେ। ଆସନ୍ତାବର୍ଷ ଜୁନରେ ଏମାନଙ୍କୁ ଫ।ଇଟର ଷ୍ଟ୍ରିମରେ ଭର୍ତ୍ତି କରାଯିବ। ପରେ ଅଧିକ ବର୍ଷେ ଅତ୍ୟାଧୁନିକ ପ୍ରଶିକ୍ଷଣ ନେବା ପରେ ସେମାନଙ୍କୁ ଜୁନ୍ ୨୦୧୭ ସୁଦ୍ଧା ଲଢୁଆ ବିମାନ ଚଳାଇବାକୁ ଅନୁମତି ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। କିଛିଦିନ ତଳେ ୮୩ତମ ବାୟୁସେନା ଦିବସ ପାଳନ ଅବସରରେ ମହିଳା ଫ।ଇଟର ପାଇଲଟ୍ ନିଯୁକ୍ତି ଯୋଜନା ସମ୍ପର୍କରେ ଏୟାର ଚିଫ୍ ମାର୍ଶାଲ ଅରୁପ ରାହା ସୂଚନା ଦେଇଥିଲେ। ଏବେ ବାୟୁସେନାରେ ୧୧୦ଜଣ ମହିଳା ପାଇଲଟ ଅଛନ୍ତି। ଯେଉଁମାନେ କେବଳ ଟ୍ରାନସପୋର୍ଟ ଏୟାରକ୍ରାଫ୍ଟ ଓ ହେଲିକପ୍ଟର ଚଳାଉଛନ୍ତି।