ଭ୍ରଷ୍ଟାଚାର ମୁକାବିଲା ପାଇଁ ବହୁତ ପଦକ୍ଷେପ ନିଆଯାଉଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭ୍ରଷ୍ଟାଚାର ଦେଶ ପାଇଁ ବଡ ସମସ୍ୟା। ଭ୍ରଷ୍ଟାଚାର ମୁକାବିଲା ପାଇଁ ବହୁତ ପଦକ୍ଷେପ ନିଆଯାଉଛି। ବିଜ୍ଞାନ ଭବନର ଆୟୋଜିତ ସିବିଆଇ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି।  ସେ କହିଛନ୍ତି, କଳାଧନ ସମ୍ପର୍କିତ ସୂଚନା ସଂଗ୍ରହ କରାଯାଉଛି। ରାଷ୍ଟ୍ରୀୟ  ସମ୍ପତ୍ତି  ଉପରେ ଭ୍ରଷ୍ଟାଚାର  ବନ୍ଦ କରିବାକୁ ପଡିବ, ଏଥିପାଇଁ  ପାରଦର୍ଶିତା ଆବଶ୍ୟକ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।